୫ ବର୍ଷରୁ କମ ପିଲାଙ୍କ ପାଇଁ ଜରୁରୀ ଆଧାର କାର୍ଡ

ଭାରତରେ ପ୍ରତ୍ୟେକଙ୍କ ପାଖେ ଏବେ ଆଧାର କାର୍ଡ। ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ପାଖରେ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହା ନାଗରିକତାର ଏକ ପ୍ରମାଣ ପତ୍ର। ଜାଣି ରଖନ୍ତୁ ଯେ ଲୋକଙ୍କପାଖରେ ଯେଉଁ ଆଧାର କାର୍ଡ ରହିଛି ତାହା ଧଳା ରଙ୍ଗର ହୋଇଥାଏ। କିନ୍ତୁ ଭାରତ ସରକାର ଆଉ ଏକ ଆଧାର କାର୍ଡ ତିଆରି କରୁଛନ୍ତି ଯାହା ନୀଳ ରଙ୍ଗର ହୋଇଥାଏ। ଏହା ବହୁତ ଖାସ ହୋଇଥାଏ ।

ଭାରତୀୟ ବିଶିଷ୍ଟ ପ୍ରମାଣ ପ୍ରାଧିକରଣ ଏବେ BAAL AADHAR CARD ର ଅନଲାଇନ ପଞ୍ଜିକରଣ ଫର୍ମ ୨୦୨୨କୁ ସ୍ୱିକାର କରିଛନ୍ତି। ଲୋକ ଏବେ BAAL AADHAR CARD ପାଇଁ କମନ ସର୍ଭିସ ସେଣ୍ଟର କିମ୍ବା ପାଖରେ ଥିବା ଆଧାର ସେବା କେନ୍ଦଅ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ୟୁଆଇଡିଏଆଇ ୫ ବର୍ଷରୁ କମ ପିଲାଙ୍କ ଆବେଦନ ପତ୍ର ପ୍ରାପ୍ତ ହେବା ପରେ ନୀଳ ରଙ୍ଗର ବାଲ୍‌ ଆଧାର କାର୍ଡ ଜାରୀ କରିବେ। ଏହି କାର୍ଡ ନବଜାତ ଶିଶୁଙ୍କ ପାଇଁ ମଧ୍ୟ ତିଆରି କରିପାରିବେ ଯେଉଁମାନଙ୍କ ବୟସ ୫ ବର୍ଷ ମଧ୍ୟରେ ଥିବ। ପରେ ନୀଳ ରଙ୍ଗର ଆଧାର କାର୍ଡକୁ ଅପଡେଟ କରାଯିବ।

ଆଧାର କାର୍ଡ ମୂଳ ରୂପରେ ଯେକୈାଣସି ବ୍ୟକ୍ତିଙ୍କର ବାୟୋ ମାଟ୍ରିକ୍ସ ଫିଙ୍ଗରପ୍ରିଣ୍ଟ ଓ ରେଟିନା ସ୍କାନ କୁ ୧୨ ଅଙ୍କର ବିଶିଷ୍ଟ ପ୍ରମାଣ ସଂଖ୍ୟା ପ୍ରଦାନ କରିବା ପାଇଁ କ୍ୟାପଚର କରିଥାଏ। କିନ୍ତୁ ନବଜାତ ଶିଶୁ ମାନେ ଯେଉଁମାନେ ୫ ବର୍ଷ ମଧ୍ୟରେ ସେମାନଙ୍କ ଆଙ୍ଗୁଠି ଚିହ୍ନ ତଥା ରେଟିନା ପୂର୍ଣ୍ଣମାତ୍ରାରେ ବିକଶିତ ହୋଇନଥାଏ। ତେଣୁ ୟୁଆଇଡିଏଆଇ ପିଲାଙ୍କ ପାଇଁ ବାଲ୍‌ ଆଧାର କାର୍ଡ ଅନଲାଇନ ପଞ୍ଜିକରଣ ଫର୍ମ ଭରିବାର ପ୍ର୍ରକ୍ରିୟା ଆରମ୍ଭ କରିଛି।

ଏବେ ଜାଣନ୍ତୁ ବାଲ୍‌ ଆଧାର କାର୍ଡ ପାଇଁ ଜରୁରୀ ଦସ୍ତାବିଜ:
-ପିଲାଙ୍କ ଜନ୍ମ ପ୍ରମାଣ ପତ୍ର
– ମାନ୍ୟତା ପ୍ରାପ୍ତ ସ୍କୁଲ ଆଇଡି କିମ୍ବା ଫଟୋ ଆଇଡି
-ମାତା ପିତା ଙ୍କ ଆଧାର କାର୍ଡ

ଏପରି କରନ୍ତୁ ଅପଡେଟ:
-UIDAI ୱେବସାଇଟ କୁ ଯାଆନ୍ତୁ।
-ଆଧାର ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ କରନ୍ତୁ।
-ପିଲାର ନାମ, ମାତା ପିତାଙ୍କ ନାମ, ଇମେଲ ଆଡ୍ରେସ ଓ ଅନ୍ୟ ତଥ୍ୟକୁ ଭରନ୍ତୁ।
-ଏବେ ଡେମୋଗ୍ରାଫିକ୍ସ ର ତଥ୍ୟ ଦିଅନ୍ତୁ।
-ଫିକ୍ସ ଆପଏଣ୍ଟମେଣ୍ଟ ଟ୍ୟାବ ରେ କ୍ଲିକ କରି ରେଜିଷ୍ଟ୍ରେସନ ତାରିଖ ଚୁଜ କରନ୍ତୁ।

Leave A Reply

Your email address will not be published.