ତୁମୁଡିବନ୍ଧ ଥାନା ଅଞ୍ଚଳରେ ପୁଣି ମାଓ ପୋଷ୍ଟର

ଫୁଲବାଣୀ -୨୩/୦୮ କିଛି ଦିନର ନୀରବତା ପରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ମଙ୍ଗଳବାର ସକାଳୁ ସକାଳୁ ମୁଣ୍ଡୀଗଡ଼ ଅଞ୍ଚଳର ବିଭିନ୍ନଗଛ ଓ ଇଲେକଟ୍ରିକ ଖୁଣ୍ଟି ରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା l ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି l ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣାର ତଦନ୍ତ କରୁଛି l ପୋଷ୍ଟର ତଳେ ସିପିଆଇ ମାଓବାଦୀ ଲେଖାଥିବା ଉଲ୍ଲେଖ ରହିଛି l ତେବେ ଏହି ପୋଷ୍ଟର ମାଓବାଦୀ ମାନେ ଲଗାଇଛନ୍ତି ନାଁ ଆଉ କେହି ଦୁର୍ବୁତ୍ତ ଏହି ପୋଷ୍ଟର ଲାଗିଛି ଜଣାପଡିନାହିଁ l ସରକାର ସ୍କୁଲ ଗୁଡିକରେ ରାଜନୀତି ବନ୍ଦ କରନ୍ତୁ ଓ ସରକାର ତାଙ୍କ ସରକାରୀ ଅଫିସର ଓ ରାଜନେତା ମାନଙ୍କୁ ଠିକ ବାଟକୁ ଆଣନ୍ତୁ ନଚେତ ଆମ କାମ ଆମେ ଆମେ କରିବୁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି l

Leave A Reply

Your email address will not be published.