ଅହିଂସା ରଥକୁ ସମ୍ବର୍ଧନା

ଫୁଲବାଣୀ ୨୩/୦୮ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମ ସମୟର ଅଭୁଲା ସ୍ମୃତିକୁ ସ୍ମରଣୀୟ କରିବା ପାଈଁ ଅହିଂସା ରଥ ସୋମବାର କନ୍ଧମାଳ ରେ ପହଞ୍ଚିବା ପରେ ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ନୟାଗଡ଼ ଓ କନ୍ଧମାଳ ସୀମାନ୍ତ ଅଞ୍ଚଳବାସୀ ଗୋଚ୍ଛାଠାରେ ପ୍ରଥମେ ସ୍ୱାଗତ କରାଯାଇଥିଲା l ପରେ ଖଜୁରୀପଡା ଠାରେ ପ୍ରକଳ୍ପ ନିର୍ଦେଶକ ଡିଆର ଡି ଏ ବିଶ୍ୱରଂଜନ ନାୟକ, ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନୀମା କହଁର, ବିଡ଼ିଓ ଓ କର୍ମଚାରୀ ସ୍ଵାଗତ କରିଥିଲେ ସେହିପରି ଫୁଲବାଣୀ ଠାରେ ବିଭିନ୍ନ ସଂଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ହାତରେ ଜାତୀୟ ପତାକା ଧରି ବିଶାଳ ପଟୁଆରରେ ସହର ପରିକ୍ରମା କରିବାସହ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ସଭାଘର ଠାରେ ଆୟୋଜିତ ସମ୍ବର୍ଧନା ଉତ୍ସବରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ବୀରେନ୍ଦ୍ର କୁମାର ଦାଶ, ବରିଷ୍ଠ ସାହିତ୍ୟିକ ଅନନ୍ତ ମିଶ୍ର, ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ବୟଂ ସହାୟକା ଗୋଷ୍ଠି ଓ ସ୍ଥାନୀୟ ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ l ଏହି ଦୁଇଟି ରଥ ମଙ୍ଗଳବାର ଓ ବୁଧବାର ଜିଲ୍ଲାର ୧୨ଟି ବ୍ଲକ ପରିକ୍ରମା କରିବ ବୋଲି ଜଣାପଡିଛି l

Leave A Reply

Your email address will not be published.