ଅହିଂସା ରଥକୁ କ.ନୂଆଗାଁରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ

ଫୁଲବାଣୀ ୨୩/୦୮ -ସ୍ଵାଧୀନତାର ମହାନ ଗାଥା ନେଇ କନ୍ଧମାଳ ଜିଲ୍ଲାରେ ପହଞ୍ଚିଥିଵା ଅହି°ସା ରଥକୁ କ.ନୂଆଗାଁ ବ୍ଳକ ପ୍ରଶାସନ ,ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଜନ ସାଧାରଣଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ପ୍ରଶାସନ ଅଧିକାରୀ, ଛାତ୍ରଛାତ୍ରୀ,ଓ ଅଞ୍ଚଳବାସୀ ଉପସ୍ଥିତ ରହି ରଥକୁ ପୂଜା ଅର୍ଚ୍ଚନା କରି ସ୍ଵାଗତ କରିଥିଲେ । ରଥରେ ଆସିଥିବା ସ°ଯୋଜକ ତପେଶ୍ବର ଜଗତଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ତହସିଲଦାର ଲକ୍ଷ୍ମୀଧର ରାଉତ ବ୍ଳକ ଅଧ୍ୟକ୍ଷ ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ଅନିତା ମଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲିକ, ସମିତି ସଭ୍ୟ ମମତା ପଣ୍ଡା , ବିଜୁ ଜନତା ଦଳ ବ୍ଲକ ସଭାପତି ବାସୁଦେବ ପଣ୍ଡା ଓ ସରକାରୀ ଉଚ୍ଚ ବିଦ୍ୟାଳୟ କ.ନୂଆଗାଁର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ବିଭିନ୍ନ ପାରମ୍ପାରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ରଥକୁ ସ୍ଵାଗତ କରିବା ପରେ ହାଇସ୍କୁଲ ଠାରେ ଏଲ୍ଇଡି ଭିଡିଓରେ ଗାନ୍ଧୀଜୀଙ୍କ ଓଡ଼ିଆ ଆଗମନ ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଭିଡିଓରେ ପ୍ରଦର୍ଶନ ହୋଇଥିଲା ହାଇସ୍କୁଲ ଠାରୁ ବାହାରି ସହର ପରିକ୍ରମା କରି ଡ଼ାକ ବଙ୍ଗଳା ଠାରେ ସମାପନ ହୋଇଥିଲା ଓ ରଥ ବାଲିଗୁଡା ଆଡ଼କୁ ଅଗ୍ରସର ହେଲା।

Leave A Reply

Your email address will not be published.