xmas

ଟିକାବାଲି ରେ ଅହିଂସା ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରା

ଫୁଲବାଣୀ /ତା ୨୩/୦୮ କନ୍ଧମାଳ ଜ଼ିଲ୍ଲା ଟିକାବାଲି ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଅହିଂସା ରଥ ସ୍ୱାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରା l ଟିକାବାଲି ଗୋଷ୍ଠୀ ଉର୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସାଲୁଙ୍ଗା ପ୍ରଧାନ,ଚେୟାରମ୍ୟାନ ଦିଲୀପ କହଁର, ସ୍ଥାନୀୟ ସରପଞ୍ଚ କୁନ୍ଦରୁ ମଲ୍ଲିକଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ, ସ୍ୱମନିତ ଶୁଶୁ ବିକାଶ ସମିତି, ଟିକାବାଲି ହାଇସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଞ୍ଚଳର ଜନସାଧାରଣ, ବ୍ଲକ କଳା ସଂକୃତିକ ସଂଘ, ଟିକାବାଲି, ବନବାସୀ କଳା ସଂକୃତିକ ବିକାଶ ପରିଷଦ, ଟିପାରିଗାଁ , ସଂକ୍ରିତନ ମଣ୍ଡଳୀ କଇଁଝର, କୁଇ କନ୍ଦ୍ର ନୃତ୍ୟ ଦଳ, କଟିମାହା (ଗଡ଼ଗଏରି ), ଏବଂ ବାଡ଼ିକିଆର କଳାକାର ଦଳ ଅତି ଧୂମଧାମରେ ବାଜା ବଜେଇ, ନାରାବାଜି ଦେଇ ମେଡିକାଲ ଛକରୁ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ବିରାଟ ପଟୁଆରରେ ହାଇସ୍କୁଲ ପ୍ରାଙ୍ଗଣକୁ ପଛେଟି ଅଣା ଯାଇଥିଲା ପରେ ଏକ ସଭା ଆୟୋଜନ କରାଯାଇ ଗାନ୍ଧିଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ମନବୃତିକୁ ଆଦରି ନିଜକୁ ଏବଂ ଦେଶକୁ ଏକ ମହାନ ଭାବରେ ଗଠନ ଉପରେ ଗୁରୁତ୍ୱ ଦେବାକୁ ବିଧାୟକ ଏବଂ ଚେୟାରମ୍ୟାନ ମହୋଦୟ ନିଜ ଭାଷଣକୁ ଚିତାକର୍ଷକ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତଥା ସାମ୍ବାଦିକ ,ଟିକାବାଲି ପ୍ରେସ ଆଶ୍ସୋସିଏସନ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବା ସମେତ ଅନେକ ସମାଜସେବୀ ବୃନ୍ଦ ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ l ନିଜର କର୍ତ୍ୟବକୁ ସୁଚାରୁରୂପେ ପାଳନ କରି ଅତି ସୁନ୍ଦର ଏବଂ ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ ନିଭେଇ ଥିଲେ ଟିକାବାଲି ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ ଏବଂ ଥାନା କର୍ମଚାରୀ l

Leave A Reply

Your email address will not be published.