ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା: ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚର ଆହ୍ୱାନ କ୍ରମେ ତୃଣମୂଳ ସ୍ତରରେ ଲୋକ ମାନଙ୍କୁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ସମ୍ବଦ୍ଧିୟ ସଚେତନତା ନିମନ୍ତେ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏଥିରେ ଗାଁସ୍ଥରରୁ ଲୋକ ମନକୁ BSKY କାର୍ଡର ବ୍ୟବହାର ଓ ଏହାର ଉପକାରିତା ବିଷୟରେ ମଟର ସାଇକଲ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା । ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଲୋକ ସଂଗଠନ “ଶ୍ରମଜୀବୀ ସଂଗଠନ” ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଓ ଖଇରପୁଟ ବ୍ଲକ ମିଳିତ ଭାବରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତଭୂକ୍ତ ବଡପଦର ଗ୍ରାମ ଠାରେ ସରପଞ୍ଚ ଶ୍ରୀମତୀ ସ୍ୱପ୍ନା ଖିଲଙ୍କ କାରାକୋମଳରେ ଉଦଘାଟନ ହୋଇଯାଇଛି । ଏହି ଶୁଭ ଉଦଘାଟନରେ ସରପଞ୍ଚ ସମେତ ଖଇରପୁଟ ବ୍ଲକ ରୁ ଗୋବର୍ଦ୍ଧନ ପାଙ୍ଗି, ଜିତେନ୍ଦ୍ର ଖିଲ, ଶୁକ୍ରା ଗୁରୁତେଲି, ମୁକୁନ୍ଦ ମାଝି, ଚିତ୍ରକୋଣ୍ଡା ବ୍ଲକରୁ ମଦନ ହନ୍ତାଳ, ସୀନେସ ପେଲମାଲ, ବିଭିଷଣ ଗୁଣ୍ଠାଙ୍କ ସହ ୧୫୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.