xmas

ଇଡି ବନାମ ସିବିଆଇ ବନାମ ଆୟକର ବିଭାଗ, ସବୁଠାରୁ ଶକ୍ତିଶାଳୀ କିଏ?

ବର୍ତ୍ତମାନ ସମୟରେ ଇଡିରେ ଭାରତୀୟ ରାଜସ୍ୱ ସେବା, ଭାରତୀୟ ପୋଲିସ ସେବା ଏବଂ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀଙ୍କୁ ସାମିଲ କରାଯାଇଥାଏ । ତେବେ ସବୁବେଳେ ପ୍ରଶ୍ନ ଉଠିଥାଏ ଇଡି, ସିବିଆଇ, ଏବଂ ଆୟକର ବିଭାଗ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ ।

ତେବେ ଆସନ୍ତୁ ଜାଣିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ଆୟକର ବିଭାଗ ଭିତରୁ ଶକ୍ତିଶାଳୀ କିଏ?

ଇଡି, ସିବିଆଇ, ଏବଂ ଆୟକର ବିଭାଗର କାମ କରିବାରେ ଫରକ କଣ ରହିଥାଏ ? କାହା ପାଖରେ କେତେ ଶକ୍ତି ରହିଛି? ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଟିଏ ମନରେ ଆସିଥାଏ । ତେବେ କହିରଖିବାକୁ ଚାହୁଁବୁ ଯେ ସିବିଆଇ ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେନ୍ଦ୍ର ସରକାର, ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଞ୍ଚ କରିଥାଏ । ଯଦି ମାମଲାଟି ରାଜ୍ୟ ସହ ସମ୍ପୃକ୍ତ ହୋଇଥାଏ ତେବେ ରାଜ୍ୟ ସରକାରଙ୍କ ଅନୁମତି ପରେ ସିବିଆଇ ତଦନ୍ତ ହୋଇଥାଏ ।

ସେହିଭଳି କୌଣସି ଥାନା ଅଞ୍ଚଳରେ ୧ କୋଟିରୁ ଅଧିକ ଟଙ୍କାର ହେରଫେର ମାମଲା ସାମ୍ନାକୁ ଆସିଥାଏ ସେତେବଳେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପୋଲିସ ଯାଞ୍ଚ ହସ୍ତାନ୍ତର କରିଥାଏ । ଇଡି ସମସ୍ତ ତଥ୍ୟ ଜାଣିବା ପରେ ଏତଲାର କପି କିମ୍ବା ଚାର୍ଜସିଟର ନକଲି ମଗାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଥାଏ ।

ସିବିଆଇ କୌଣସିବି ପବ୍ଲିକ ସରଭେଣ୍ଟଙ୍କୁ ଗିରଫ କରିପାରିବ । ଯେତେବେଳେ ଯାଞ୍ଚ ପାଇଁ ତାକୁ ଗିରଫ କରିବା ଜରୁରୀ ହୋଇପଡେ ସେତେବେଳେ ତାଙ୍କୁ ଗିରଫ କରାଯାଇଥାଏ । ଅଥବା ଏଜେନ୍ସିକୁ ଲାଗିବ ଯେ ଅଭିଯୁକ୍ତ ଫେରାର ହେବାର କୌଣସି ଆଶଙ୍କା ରହିଛି ଅଥବା ପ୍ରମାଣ ନଷ୍ଟ କରିପାରେ । ସିବିଆଇ ବିନା କୌଣସି ୱାରେଣ୍ଟରେ ମଧ୍ୟ କାହାକୁ ଗିରଫ କରିପାରେ ।

ଇଡି କ୍ଷେତ୍ରରେ ଯଦି ଦେଖିବା ପିଏମଏଲଏ ବା ମନିଲଣ୍ଡ୍ରିଂ ଆକ୍ଟରେ ସମ୍ପତ୍ତି ଜବତ କରିବା ସହ ଗିରଫ ବା ଚଢାଉର ଅଧିକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ରହିଛି । ସେହିଭଳି ଇଡି ବିନା ପଚରାଉଚରାରେ ମଧ୍ୟ ସମ୍ପତ୍ତି ଜବତ କରିପାରେ । ଗିରଫ ବେଳେ କେବଳ କାରଣ ଦର୍ଶାଇ ଇଡିର ଅଧିକାରୀ ଅଭିଯୁକ୍ତକୁ ଗିରଫ କରିପାରିବେ । ଏଭଳି ଗିରଫଦାରୀରେ ଜାମିନ ମିଳିବା ବହୁତ କଷ୍ଟ ହୋଇଥାଏ ।

ଆୟକର ବିଭାଗର କଥା ଯଦି ଦେଖିବା ଚଢାଉ ବେଳେ ନିଜର ଶକ୍ତି ଦେଖାଇବା ପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାଏ । ଯେଉଁମାନଙ୍କ ଉପରେ ଆୟକର ଠକେଇର ଅଭିଯୋଗ ହୋଇଥାଏ ସେତେବେଳେ ତୁରନ୍ତ ଆକ୍ସନ ମୋଡକୁ ଆସନ୍ତି ଏହାର ଅଧିକାରୀ । ଚଢାଉ ସମୟରେ ଅଘୋଷିତ ଟଙ୍କା, ଅଳଙ୍କାର, ବୁକ୍ସ ଅଫ୍ ଆକାଉଣ୍ଟଓ, ଚାଲାଣ, କମ୍ପ୍ୟୁଟର ଚିପ୍ସ, ଡାଟା ଷ୍ଟୋରେଜ, ସମ୍ପତ୍ତିର କାଗଜପତ୍ର ଜବତ କରିନେଇଥାନ୍ତି ।

ତେବେ ଏହି ତିନି ସଂସ୍ଥା ମଧ୍ୟରୁ ଯେଉଁ ଶକ୍ତି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ରହିଛି ତାହା ଅନ୍ୟମାନଙ୍କ ପାଖରେ ନାହିଁ । ଇଡି ବିନା କୌଣସି କାରଣ ଦର୍ଶାଇ ଗିରଫ କରିବାର ଅଧିକାର ରହିଛି । ଏହା ସହ ଯାଞ୍ଚ ଅଧିକାରୀଙ୍କ ବୟାନକୁ କୋର୍ଟରେ ପ୍ରମାଣଭାବେ ଗ୍ରହଣ କରାଯାଇଥାଏ । ଆଉ ଏହି ଅଧିକାରୀ ହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନ୍ୟଠାରୁ ଶକ୍ତିଶାଳୀ କରିଥାଏ ।

Leave A Reply

Your email address will not be published.