ଟିକାବାଲି ସରପଞ୍ଚ ଓ ସମିତି ସଭ୍ୟଙ୍କ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଫୁଲବାଣୀ ୨୩/୦୮ ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଅନେକ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି l ସେଥି ମଧ୍ୟରୁ ଟିକାବାଲି ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପରି ଆକଳନ କରାଯାଉଅଛି l ଲଗାଣ ବର୍ଷା ଯୋଗୁଁ କାହାର ଚାଷ ଜମି ବୁଡି ଫସଲ ନଷ୍ଟ ହୋଇଛି ତ କାହାର ଘର ଭୁଶୁଡିଯିବା ଫଳରେ ସେମାନେ ବାସହରା ହୋଇଛନ୍ତି l ମୁଣ୍ଡଗୁଞ୍ଜିବାକୁ ଜାଗା ଟିକେ ବି ନାହିଁ l ଖାଇବା କଥା ନ କହିବା ଭଲ l ଏଭଳି ଦୁଃଖଦ ସମୟରେ ଟିକାବାଲି ପଞ୍ଚାୟତର ବୁଦୁଗୁଡାରି, କେଉଟ ସାହି, ଖଦାଳସାହି, ତେନ୍ତୁଳିଗଡ଼ର ଅନେକ କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଘର ଘର ବୁଲି ଲୋକଙ୍କ ଦୁଃଖ ଦୁର୍ଦଶା ବୁଝିଛନ୍ତି ସ୍ଥାନୀୟ ସରପଞ୍ଚ କୁନ୍ଦୁରୁ ମଲ୍ଲିକ ଓ ସମିତି ସଭ୍ୟ ମନୋଜ ଦଳବେହେରା l କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ଓ ଖାଇବା ଯୋଗାଇଦେବା ନେଇ କତୃପକ୍ଷଙ୍କ ସହ ଆଲୋଚନା କରି ସହଯୋଗର ହାତ ବଢ଼ାଇଛନ୍ତି ଏ ଦୁହେଁ l ଲୋକେ ବି ନିର୍ବାଚିତ ପଞ୍ଚାୟତ ଲୋକ ପ୍ରତିନିଧିଙ୍କୁ ପାଖରେ ପାଇ ବେଶ ଖୁସି ବ୍ୟକ୍ତ କରିଥିବା କହିଛନ୍ତି l

Leave A Reply

Your email address will not be published.