ଜି. ଉଦୟଗିରି ବିଧାୟକଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ଫୁଲବାଣୀ -୨୩/୦୮ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଓ ଝୀଂଗିରିଗୁଡା ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିବା ସହ କିଭଳି ଶିକ୍ଷାଦାନ ହେଉଛି ସେ ନେଇ ଛାତ୍ର ଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ l ସେଠାରେ ଚାଲିଥିବା ସ୍କୁଲ କାମ ମଧ୍ୟ ବୁଲି ଦେଖିଥିଲେ l ନିର୍ମାଣ କାର୍ଯ୍ୟ ଯେପରି ଉଚ୍ଚମାନର ହେବ ସେନେଇ ନିର୍ଦେଶ ମଧ୍ୟ ଦେଇଥିଲେ ବିଧାୟକ ପ୍ରଧାନ l ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ବିଡ଼ିଓ ଗଦାଧର ପାତ୍ର ଓ ଜ଼ିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ l ଦାରିଙ୍ଗବାଡି ବ୍ଲକ ବିଡ଼ିଓ ଗଦାଧର ପାତ୍ର ଓ ସହକାରୀ ଯନ୍ତ୍ରୀ ଇଂ. ଶିଶିର ପାତ୍ର ଦାଇତ୍ୱ ଗ୍ରହଣ ପରଠାରୁ ବ୍ଲକ ଅଂଚଳରେ ବହୁ ଉନତିମୂଳକ କାର୍ଯ୍ୟମାନ ହାତକୁ ନିଆ ଯାଉଥିବା ଦେଖିବାକୁ ମିଳିଛି l

Leave A Reply

Your email address will not be published.