ଜିଲ୍ଲା ପରିଷଦ ଅଧକ୍ଷାଙ୍କ ସ୍କୁଲ ପରିଦର୍ଶନ

ଚିତ୍ରକୋଣ୍ଡା: ଆଜି ମାଲକାନଗିରି ଜିଲ୍ଲା ପରିଷଦ ଶ୍ରୀମତୀ ତାଙ୍ଗୁଲ ଦୁଇଟି ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ଗୁଡିକ ଚିତ୍ରକୋଣ୍ଡା ବ୍ଲକ ଅନ୍ତଗର୍ତ ଚିତ୍ରକୋଣ୍ଡା ପଞ୍ଚାୟତ ଅନୁଭୁକ୍ତ ଟେମ୍ପୋରରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦୋରାଗୁଡା ପଞ୍ଚାୟତ ଅନୁଭୁକ୍ତ ଆରଏସସ ଛ ନମ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ବୁଲିବା ସହିତ ସମସ୍ତ ବିଦ୍ୟାଳୟ ଦ୍ୱାରା ପରିଚାଳନା କାର୍ଯ୍ୟକୁ ତଦାରଖ କରିବା ସହିତ ଯାଞ୍ଚ କରିଥିଲେ । ଆରଏସସି ୬ ନମ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟାଳୟରେ ସମସ୍ତ ତଥ୍ୟ ପରିଚାଳନା, ବିଦ୍ୟାଳୟ ଶିକ୍ଷକ ମାନଙ୍କ ସ୍ତିତି, ପାଠପଢା, ଖାଦ୍ୟ ପ୍ରଦାନ, ପିଲାଙ୍କ ରହିବା ବ୍ୟବସ୍ତା କିପରି ଅଛି ବୁଲି ଦେଖିଲେ । ଉକ୍ତ ପରିଦର୍ଶନରେ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ଡମ୍ବରୁଧର ଗଲରି ସମ୍ପୂର୍ଣ ସହଯୋଗ କରିଥିବା ବେଳେ ଦୋରାଗୁଡା ସରପଞ୍ଚ ଭଗବତ ମାଝୀ ଉପସ୍ଥିତ ଥିଲେ । ସେଇଭଳି ଟେମ୍ପୋରରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ବିଦ୍ୟାଳୟ ପରିଦର୍ଶନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ନିଜେ ବାଣ୍ଟିବା ସହିତ ବିଦ୍ୟାଳୟରେ ଚାଲୁଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରି ତଦାରଖ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ସେଠି ବିଦ୍ୟାଳୟ ଯାଞ୍ଚ ଓ ପରିଦର୍ଶନର ଅଧକ୍ଷାଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.