କନ୍ଧମାଳ -ଫୁଲବାଣୀ ଓ ବାଲିଗୁଡାରେ ନଦୀରେ ଦୁଇ ଜଣ ଭାସି ଗଲେ

ଫୁଲବାଣୀ ୨୪/୦୮ ବୁଧବାର ନଦୀ ଖଣ୍ଡି ସାହି ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜରେ ତିନି ଫୁଟ ପାଣି ଯାଉଥିବା ବେଳେ ଅଚିହ୍ନା ଲୋକ ମଟର ସାଇକେଲ ରେ ବ୍ରିଜ୍ ପାର ହେଉଥିବା ବେଳେ ଆରୋହୀ ଜଣଙ୍କ ଭାସିଯାଇଥିଲେ l ଖବର ପାଇ ପୋଲିସ ଓ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସନ୍ଧାନ ମିଳିନି କି ବ୍ୟକ୍ତି ଜଣଙ୍କ ପରିଚୟ ମିଳିପାରିନାହିଁ l ସେହିପରି ବାଲିଗୁଡା ଅଞ୍ଚଳରେ ଜଣେ ଡଙ୍ଗା ଆଣିବାକୁ ଯାଇ ନଦୀ ସ୍ରୋତରେ ଭାସି ଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି l ପୋଲିସ ଦୁଇଟା ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.