ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଦାବି ପତ୍ର

ଅଦ୍ୟ ତା ୨୪.୦୮.୨୦୨୨ରିଖ ବୁଧବାର ବେସରକାରୀ ଅନୁଦାନ ଓ ଅଣଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ (+୨ ଏବଂ+୩) କର୍ମଚାରୀ ସଂଘ, ଓଡିଶା ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଇଂ. ରୋହିତ ପୁଜାରି ମହୋଦୟଙ୍କୁ ବାସଭବନରେ ସଂଘ ସଭାପତି ଶ୍ରୀ ଦୀପକ କୁମାର ସାହୁ ସାକ୍ଷାତ କରିଛନ୍ତି | ପରିଚାଳନା କମିଟି ଦ୍ୱାରା ୦୧ -୦୬ -୨୦୦୮ ରୁ ୩୦ -୧୧ -୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକମାନେ ଦୀର୍ଘ ୧୩ ରୁ ୧୪ ବର୍ଷ ଅନବରତ ଏବଂ ବିନାଦ୍ବିଧାରେ ନିରବଛିଃନ ଭାବରେ ଶିକ୍ଷାଦାନ କରୁଛନ୍ତି ମାତ୍ର ଦୁଃଖ ଓ ବିଡମ୍ବନାର ବିଷୟ ଏହିକି ଯେ ଉଚ୍ଚଶିକ୍ଷା ବିଭାଗ 2019 ମସିହାରେ ରାଜ୍ୟର ପାଞ୍ଚଗୋଟି ଆଞ୍ଚଳିକ ନିର୍ଦେଶକ ମାଧ୍ୟମରେ ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କର ତାଲିକା ମଗାଯାଇଥିଲା ଏବଂ 1400ଶିକ୍ଷକ,1350ଅଣଶିକ୍ଷକ ତାଲିକା ପ୍ରସ୍ତୁତ କରାଯାଇଥିଲା, ସେମାନଙ୍କ ପାଇଁ ୧୪, ୨୧, ୧୬ ,୦୦୦/-ବଜେଟ ପ୍ରସ୍ତୁତ କରାଯାଥିଲା କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ନୀତି ପ୍ରଣୟନ ହୋଇପାରିନାହିଁ |ଆଜିର ସାକ୍ଷତକା ରରେ ଖୁବଶୀଘ୍ର ୦୧ -୦୬ -୨୦୦୮ ରୁ ୩୦ -୧୧ -୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ଖୁବଶୀଘ୍ର ବେତନ ପ୍ରଦାନ କରିବାକୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି |

Leave A Reply

Your email address will not be published.