ବଢ଼ିଲା ଏକ୍କପ୍ରେସୱେର ଟୋଲ ଫି: ଏଣିକି କିଲୋମିଟର ପିଛା ୧୮ ଟଙ୍କା

ନୂଆଦିଲ୍ଲୀ: ବଢ଼ିଲା ଏକ୍କପ୍ରେସୱେର ଟୋଲ ଗେଟ୍‌ ଫି। ଏଣିକି କିଲୋମିଟର ପିଛା ଦେବାକୁ ପଡ଼ିବ ୧୮ ଟଙ୍କା । ଯମୁନା ଏକ୍ସପ୍ରେସ ୱେରେ ଗ୍ରେଟର ନୋଏଡାରୁ ଆଗ୍ରା ମଧ୍ୟରେ କିଲୋମିଟର ପିଛା ୨.୬୦ ଟଙ୍କା ବୃଦ୍ଧି କରାଯାଇଛି। ଯାହା ମୋଟ ୧୮ଟଙ୍କା ଛୁଇଁଛି। ବୁଧବାର ଏହି ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୱାଇଆଡିଏ) କାର୍ଯ୍ୟ କରୁଛି। ଏହି ସଂସ୍ଥା ୧୬୫ କିଲୋମିଟର ଦୀର୍ଘ ଏକ୍ସପ୍ରେସୱେର ପରିଚାଳନା କରୁଛି। ତେବେ ବୁଧବାର ୭୪ ତମ ବୋର୍ଡ଼ ବୈଠକରେ ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ନୂଆ ନିୟମ ଅନୁଯାୟୀ, କାର, ଜିପ୍, ଭ୍ୟାନ୍ ଏବଂ ହାଲୁକା ମୋଟର ଯାନ ପାଇଁ ଟୋଲ୍ ଫି କିଲୋମିଟର ପିଛା ୨.୫୦ ଟଙ୍କାରୁ ୨.୬୫ ଟଙ୍କା ବୃଦ୍ଧି କରାଯାଇଛି।

ସେହିପରି ଲାଇଟ୍‌ କମର୍ସିଆଲ ଭେଇକିଲ, ଲାଇଟ ଗୁଡସ୍‌ ଭେଇକିଲ, କିମ୍ବା ମିନି ବସ୍ ପାଇଁ ଏହା କିଲୋମିଟର ପିଛା ୩.୯୦ ଟଙ୍କାରୁ ୪.୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବସ୍ କିମ୍ବା ଟ୍ରକ୍ ପାଇଁ ଟୋଲ୍ ଫି କିଲୋମିଟର ପିଛା ୭.୯୦ରୁ କିଲୋମିଟର ପିଛା ୮.୪୫ ଟଙ୍କା ବୃଦ୍ଧି ପାଇଛି । ସେହିପରି ତିନିରୁ ଛଅ ଆକସେଲ ବିଶିଷ୍ଟ ଯାନଗୁଡିକର ଟୋଲ୍ ଫି କିଲୋମିଟର ପିଛା ୧୨.୦୫ରୁ ରୁ୧୨.୯୦ ଟଙ୍କା ବୃଦ୍ଧି ପାଇଛି।

ବଡ଼ ଆକାର ଯାନ ପାଇଁ ୧୫.୫୫ ରୁ କିଲୋମିଟର ପିଛା ୧୮.୮୦ ଟଙ୍କା ବୃଦ୍ଧି ପାଇଛି । ୱାଇଆଡିଏ କହିଛି ଯେ ଆଇଆଇଟି ଦିଲ୍ଲୀ ସଡକ ସୁରକ୍ଷା ଅଡିଟର ପରାମର୍ଶ ଅନୁଯାୟୀ ୧୩୦.୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶେଷଥର ପାଇଁ ୨୦୨୧ରେ ଯମୁନା ଏକ୍ସପ୍ରେସୱେର ଟୋଲ ଫି ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.