xmas

ବିଧାୟକଙ୍କ କୋଟଗଡ଼ ଅଞ୍ଚଳ ପରିଦର୍ଶନ

ଫୁଲବାଣୀ -୨୪/୦୮ ମଙ୍ଗଳବାର ବାଲିଗୁଡା ବିଧାୟକ ଚକ୍ରମଣି କହଁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡା ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ମାଧ୍ୟାନ ଭୋଜନ କେଉଁ ପ୍ରକାରର ଦିଆଯାଉଛି ତାହାର ମଧ୍ୟ ତଦାରଖ କରି ଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ସ୍କୁଲକୁ ଆସି ପିଲାମାନଙ୍କୁ ଉଚିତ ଶିକ୍ଷାଦାନ କରିବା ଲାଗି ପରାମର୍ଶ ଦେଇଥିଲେ l ସେହିପରି ଗ୍ରାମରେ କୃଷି ଅଧିକାରୀଙ୍କ ଦ୍ୱାରା ଚାଷୀ ମାନଙ୍କୁ ବିରି ଚାଷ କରିବା ପାଇଁ ବିରି ବଣ୍ଟନ କରିଥିଲେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ କହଁର ଜମିକୁ ପଡିଆ ନ ପକାଇ ସରକାରଙ୍କ ଯୋଜନାରେ ବିଭିନ୍ନ ଚାଷ କରି ଲାଭବାନ ହେବାପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେl ସେହିପରି ଗ୍ରାମବାସୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ବିଧାୟକ କହଁର l

Leave A Reply

Your email address will not be published.