ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁଁହି

ଫୁଲବାଣୀ -୨୪/୦୮ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଅଭାବନୀୟ ଘଟଣା l ଜମି ବିବାଦକୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ l ଆଜି ଅପରାହ୍ନରେ ପୋଲିସ ପ୍ରଶାସନ ଉପସ୍ଥିତିରେ ମୁଣ୍ଡାସାହି ଗୋଷ୍ଠୀ ଓ ବାନ୍ଦାପାଙ୍ଗା ଗୋଷ୍ଠୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପସ୍ଥିତି ଉପୁଜିଥିଲା l ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ନିୟନ୍ତ୍ରଣ କରିଥିଲା l ଗୋଟିଏ ଗୋଷ୍ଠୀ ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ପାରମ୍ପରିକ ଚାଷ କରିଆସୁଥିବା ବେଳେ ଅନ୍ୟଗୋଟିଏ ଗୋଷ୍ଠୀ ଉକ୍ତ ଜମିକୁ ହଡପ କରିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା l ଜମି ବିବାଦ ସମାଧାନ କରିବାକୁ ଯାଇଥିବା ବେଳେ ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀ କୁଆଡେ ଘେରାଉକରି ଦୁର୍ବ୍ୟବହାର କରିଥିବା ଖବର ମିଳିଛି l ଆଜି ମଧ୍ୟ ସମାନ ପରିସ୍ଥିତି ଉପୁଜି ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା l ସୂଚନା ଯୋଗ୍ୟ ଯେ, ବାନ୍ଦାପାଙ୍ଗା ମୌଜା ରେ ଥିବା ଜଙ୍ଗଲ ଜମିକୁ କିଛି ଜମି ହଡପକାରୀ ସରକାରୀ ଜମିକୁ ହଡ଼ପ କରି ନିଜ ଅକ୍ତିଆରକୁ ନେଇ ବିକ୍ରିବଟା କରିବା ଉଦ୍ଦେଶ୍ୟରେ ନିଜ ଅକ୍ତିଆର କୁ ନେବାକୁ କୁଆଡେ ଚେଷ୍ଟା କରୁ ଥିବାବେଳେ ବାଲିଗୁଡା ମୌଜାର କିଛି ସରକାରୀ ଜମିକୁ ମଧ୍ୟ କିଛି ଜମି ମାଫିଆ ନିଜ କବଳକୁ ନେଇ ବିକ୍ରୀବଟା କରିଥିବା ଶୁଣିବାକୁ ମିଳୁଛି l ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ସରକାରୀ ଜମି ସରକାରୀ ଖାତାକୁ ଫେରାଇ ଆଣିବା ସହିତ ବର୍ଷ ବର୍ଷ ଧରି ପାରମ୍ପରିକ ଚାଷ କରୁଥିବା ଚାଷୀଙ୍କୁ ସରକାର ଜମି ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି l

Leave A Reply

Your email address will not be published.