ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍ ପ୍ଲାଜା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରିଛନ୍ତି। ଟୋଲ୍ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍ ରିଡର(ଏନପିଆର) କ୍ୟାମେରା ଲଗାଯିବ।ଏହି କ୍ୟାମେରା ଗାଡିଗୁଡିକର ନମ୍ବର ପ୍ଲେଟ୍‌କୁ ରିଡ୍ କରି ମାଲିକଙ୍କ ଲିଙ୍କ୍ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କାଟି ନେବ। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏହାର ସୂଚନା ଦେଇ କହିଛନ୍ତି ଏହି ଯୋଜନାର ପାଇଲଟ୍‌ ପ୍ରୋଜେକ୍ଟ ଚାଲିଛି ଏବଂ ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ କରାଯାଉଛି।

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ନୀତିନ ଗଡକରୀ କହିଛନ୍ତି ସରକାର ୨୦୧୯ରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାରରେ କମ୍ପାନୀର ଫଟେଡ୍ ନମ୍ବର ପ୍ଲେଟ୍ ଲାଗିବ। ସେହି ହିସାବରେ ଗତ ଚାରି ବର୍ଷରେ ଯେତେ ଗାଡି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍ ଲାଗିଛି। ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ରାଜମାର୍ଗରେ ଲାଗିଥିବା ସମସ୍ତ ଟୋଲ୍ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ। ଏହି କ୍ୟାମେରା କାରର ନମ୍ବର ପ୍ଲେଟ୍‌କୁ ରିଡ୍ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ।

ଗଡକରୀ କହିଛନ୍ତି, ଆମେ ଏହି ଯୋଜନାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରୁଛୁ। ହେଲେ ଏଥିରେ ଏକ ସମସ୍ୟା ରହିଛି। ଆଇନତଃ ଟୋଲ୍ ପ୍ଲାଜାକୁ ଏଡାଇବା ଏବଂ ଟିକସ୍ ପୈଠ ନକରିବା ଗାଡି ମାଲିକଙ୍କୁ ଦଣ୍ଡିତ କରାଯିବାର କୌଣସି ନିୟମ ନାହିଁ। ତେଣୁ ଆମକୁ ପ୍ରଥମେ ଏହାକୁ ଆଇନ ପରିଧିରେ ଆଣିବାକୁ ପଡିବ। ସେହି କାରଗୁଡିକ ପାଇଁ ମଧ୍ୟ ଏକ ପ୍ରାବଧାନ ଆଣିପାରୁ, ଯେଉଁ କାର ଗୁଡିକରେ ସ୍ଵତନ୍ତ୍ର ନମ୍ବର ପ୍ଲେଟ୍ ଲାଗି ନାହିଁ। ତେଣୁ ଆମେ କାର ମାଲିକଙ୍କୁ ଏକ ନିଶ୍ଚିତ ସମୟ ସୀମା ଭିତରେ ଉକ୍ତ ନମ୍ବର ପ୍ଲେଟ୍ ଲଗାଇବାକୁ କହି ପାରିବୁ। ଏଥିପାଇଁ ଏକ ବିଧେୟକ ଅଣାଯିବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ପାଖାପାଖି ୪୦ ହଜାର କୋଟିର ମୋଟ୍ ଟୋଲ୍ ସଂଗ୍ରହର ପ୍ରାୟ ୯୭ ପ୍ରତିଶତ FASTags ଜରିଆରେ ହୋଇଥାଏ। ଅବଶିଷ୍ଟ ୩ ପ୍ରତିଶତ FASTagsର ବ୍ୟବହାର କରନ୍ତି ନାହିଁ। FASTags ସହିତ ଏକ ଟୋଲ୍ ପ୍ଲାଜ୍‌କୁ ଅତିକ୍ରମ କରିବାରେ ପ୍ରତି ଗାଡିକୁ ପାଖାପାଖି ୪୭ ସେକେଣ୍ଡ ସମୟ ଲାଗିଥାଏ। ଏହି ଇଲେକ୍ଟ୍ରୋନିକ ଟୋଲ୍ କଲେକ୍ସନ ଦେଇ ଘଣ୍ଟା ପ୍ରତି ୨୬୦ ଗାଡି ଅତିକ୍ରମ କରନ୍ତି। ମାତ୍ର ଆଦାୟ ହେଉଥିବା ଟୋଲ୍ କଲେକ୍ସନରେ ଘଣ୍ଟାଏରେ ୧୧୨ ଗାଡି ଅତିକ୍ରମ କରିଥାଏ।

Leave A Reply

Your email address will not be published.