ଖେଳାଳୀଙ୍କୁ ସହଯୋଗ କରି ମହାନତା ଦେଖାଇଲେ ଦୁଇ ଅଧିକାରୀ।

ମାଲକାନଗିରି: ଦୀର୍ଘ ଅନେକ ବର୍ଷ ଧରି କ୍ରୀଡ଼ା, କଳା, ସଂସ୍କୃତି, ଶିକ୍ଷା ଏବଂ ସମାଜସେବାକୁ ମାଧ୍ୟମ କରି ଏକ ଆତ୍ମ ବିଶ୍ୱାସର ସହିତ ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିବା ମାଲକାନଗିରି ଜିଲ୍ଲାର ସ୍ଥାନୀୟ ଆଓମା ଗୁରୁକୁଳ୍ ରେ ଵିଭିର୍ନ ବର୍ଗର ଗରିବ ଆଦିବାସୀ ପିଲା ଵିଭିର୍ନ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରି ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର ପାରଦର୍ଶିତାକୁ ପ୍ରଦର୍ଶନ କରି ଜିଲ୍ଲା ପାଈଁ ଅନେକ ଥର ଗର୍ବ ସାଉଁଟି ଥିବା ଏହି ପ୍ରତିଭାବାନ ପିଲାଙ୍କ ବିଷୟରେ ଅବଗତ ହୋଇ ଜିଲା ପରିଷଦ କାର୍ଯ୍ୟଳୟର ମୁଖ୍ୟ ଉର୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଳମୁକୁନ୍ଦ ଭୂୟାଁ ଏବଂ ସମନ୍ୱିତ ଆଦିବାସୀ ଉର୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ତ୍ରିନାଥ ମାଝୀ ଏକ ବିଶେଷ କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ସମସ୍ତ ତିରିଶ ଜଣ ଖେଳାଳୀଙ୍କ ପାଈଁ ଟ୍ରାକ୍ ଶୂଟ୍, ଟି ଶର୍ଟ, ବୂଟ୍ ପ୍ରଦାନ କରିବା ସହିତ ଆଗାମି ଦିନରେ ଆସାମ ର ଗୋୖହାଟୀ ଠାରେ ହେବାକୁଥିବା ଜୋନ୍ ଖେଲୋ ଇଣ୍ଡିଆ ଓମେନ୍ସ ଲିଗ୍ ଜୁଡୋ ଟୁର୍ନାମେଣ୍ଟ ପାଈଁ ସିନିୟର ବର୍ଗରେ ମନୋନୀତ ହୋଇଥିବା ଦୁଇ ଖେଳାଳୀ ଲକ୍ଷ୍ମୀ ସୋଡି ଏବଂ ସୁମିତ୍ରା ମାଡ଼ିଙ୍କୁ ଫୁଲତୋଡା଼ ଦେଇ ପ୍ରଶଂସା କରିବା ସହିତ ସେମାନଙ୍କର ସମସ୍ତ ଯିବା ଆସିବା ଖର୍ଚ୍ଚ ବହନ କରିଥିଲେ ଏବଂ ପିଲାଙ୍କୁ ପ୍ରେରଣା ଦେଇଥିଲେ।

ଏହି ସମସ୍ତ ସାହାଯ୍ୟ ଏବଂ ସହଯୋଗ କାର୍ଯ୍ୟ ପାଈଁ ଅନୁଷ୍ଠାନର ସମସ୍ତ ସଦସ୍ୟ ଜିଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.