ଡିସେମ୍ବର ୨୭ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆସନ୍ତା ଡିସେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏହା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ୨୦୨୩ ମସିହା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ।

ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଡିସେମ୍ବର ମାସ ୨୭ ତାରିଖରୁ ଧାନୁଯାତ୍ରା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବରଗଡ଼ ଧନୁଯାତ୍ରା ପାଇଁ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସାରା ଓଡ଼ିଶା ଉତ୍ସବମୁଖର ହୋଇଥାଏ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକ ଧନୁଯାତ୍ରା ଦେଖିବାକୁ ବରିଗଡ଼ ଯାଇଥାନ୍ତି। ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକ ବରଗଡ଼ ଧନୁଧାତ୍ରା ଏବଂ କଂସ ମହାରାଜାଙ୍କୁ ଦେଖିବା ପାଇଁ ଏଠାରେ ପହଞ୍ଚିଥାନ୍ତି। ଦେଶ ବିଦେଶରେ ରହିଥିବା ପଶ୍ଚିମ ଓଡ଼ିଶା ବାସିନ୍ଦା ଏହି ସମୟରେ ଉତ୍ସବରେ ସାମିଲ ହେବା ଲାଗି ନିଜ ନିଜ ଗାଁକୁ ଆସିଥାନ୍ତି।

Leave A Reply

Your email address will not be published.