ବାଇକ ଚୋରି ଅଭିଯୋଗରେ ୬ଜଣଙ୍କୁ କୋର୍ଟ ଚାଲାଣ

ଫୁଲବାଣୀ ୨୫/୮ କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବାଇକ ଚୋରି ଅଭିଯୋଗ ରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଢ଼ିଛି l ସୂଚନା ଅନୁଯାୟୀ ଗତ ୨୩ତାରିଖ ଦିନ ଖଜୁରୀ ପଡା ଥାନା ଅଞ୍ଚଳ ଗଡପଦର ନିକଟରେ ପୋଲିସ ରାସ୍ତା ଉପରେ ବାଇକ ଯାଞ୍ଚ କରୁଥିବା ବେଳେ ଖଜୁରୀ ପଡା ମାଧପୁର କୁ ଯାଉଥିବା ଏକ ବାଇକ ଦ୍ରୁତଗତିରେ ବାଇକ ଟି ପଳେଇ ଯିବାରୁ ଯାଞ୍ଚ କରୁଥିବା ପୋଲିସ ବାଇକ କୁ ପଛରେ ଗୋଡ଼ାଇଥିଲା ଗlଡ଼ିଆ ପଡାଶେଷ ଘାଟିରେ ବାଇକ ସହିତ ଦୁଇ ଜଣ ଯୁବକ କୁ ଧରିବାରେ ସକ୍ଷମ ହୋଇଥିଲେ l ବାଇକ ସହ ଉକ୍ତ ଜଣ ଯୁବକକୁ ଥାନା କୁ ଆଣି ବାଇକ ନମ୍ବରକୁ ଯାଞ୍ଚ କରିବା ବେଳେ ଜଣା ପଢିଲା ଚୋରି ହୋଇଥିବା ବାଇକ ପୋଲିସ ସେଇ ଦୁଇ ଜଣ ଯୁବକକୁ ପଚରାଉଚରା କରିଥିଲା ଜଣେ ଯୁବକ ବାଇକ ଚୋରି କରିଥିବା ଶିକ୍ୱlର କରିଥିଲା ଏହାପରେ ଯୁବକ ପାଖରୁ ପାଇଥିବା ତଥ୍ୟ ଆଧାରରେ ପୋଲିସ ଚଢ଼ାଉ କରି ଆଉ ଗୋଟିଏ ବାଇକ ୪ଜଣ ଯୁବକକୁ ପୋଲିସ ଧରିବାରେ ସକ୍ଷମ ହୋଇଛି l ଗିରଫ ହୋଇଥିବା ଯୁବ ମାନେ ହେଲେ ସୁଯାପାଯୁ ଗ୍ରାମର ପ୍ରତାପ ମଳିକ ୨୮ବର୍ଷ ବଳସକୁମ୍ପା ଚନ୍ଦୁ ପଦର ଗାଁ ମିଥୁନ କହଁର ୨୦ ବର୍ଷ ଖଜୁରୀ ପଡା କୁଟିବାରି ଗାଁ ର ଚିତ ରଞ୍ଜନ ପ୍ରଧାନ ୧୯ ବର୍ଷ ଖଜୁରୀ ପଡା ଦେହେଙ୍ଗି ଗାଁ ଅନ୍ତର୍ଯ୍ୟାମୀ ଝlଙ୍କାର ୨୨ବର୍ଷ ଖଜୁରୀ ପଡା ଡ଼ିମିରିଖୋଲ ଗାଁ ସିପକ ପ୍ରଧାନ ୨୨ ବର୍ଷ ବୌଦ୍ଧ ଜିଲ୍ଲା ମଧାପୁର ଗାଁ ଅନନ୍ତ ଜlନୀ ୨୦ ବର୍ଷ ବୋଲି ଜଣା ପଢିଥିବା ବେଳେ ପୋଲିସ ଦୁଇଟି ବାଇକକୁ ଜବତ କରିବା ସହ ଏ ନେଇ ଏକ ମାମଲା କେସ ନମ୍ବର ୧୦୪/୨୨ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଗେଲ୍ଲୀ କୁମାରୀ ସାହୁ ସୂଚନା ଦେଇଛନ୍ତି l

Leave A Reply

Your email address will not be published.