କିଟ୍‍ ପକ୍ଷରୁ କନ୍ଧମାଳରେ ଜନଜାତି କିଶୋରୀ କଲ୍ୟାଣ କାର୍ଯ୍ୟକ୍ରମ

ଫୁଲବାଣୀ -୨୫/୦୮ କନ୍ଧମାଳ ଜିଲ୍ଲାରେ ବାଳିକାଙ୍କ କଲ୍ୟାଣ ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ । ସ୍ଥାନୀୟ ବେଲପଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‍, ଫୁଲବାଣୀ ପିଏ-ଆଇଟିଡିଏ ବିରେନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା , ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ପ୍ରବୀନ କୁମାର ବଣୁଆ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରୂପଶ୍ରୀ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ। କିଟ୍‍ ପକ୍ଷରୁ ପ୍ରଫେସର ରୋଜାଲିନ୍‍ ମିଶ୍ର ଏହି କାର୍ଯ୍ୟକ୍ରମ ଜରିଆରେ କନ୍ଧମାଳ ଜିଲ୍ଲାରେ କିଶୋରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଓ ସ୍ୱଚ୍ଛ ପାନୀୟ ଜଳ ପ୍ରତି କିପରି ସଚେତନ ହୋଇପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । କିମସର ଅଭିଜ୍ଞ ଡାକ୍ତରୀ ଦଳ ଆସି ସ୍କୁଲ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ତଥା କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା , ମୁଖ ଗହ୍ୱର ପରୀକ୍ଷା କରିବେ। କିମ୍‍ସ ସ୍ତ୍ରୀ ରୋଗ ବିଶେଷଜ୍ଞ ଜ୍ୟୋତ୍ସ୍ନାମୟୀ ପଣ୍ଡା ଓ ଡା ସୁଧାଂଶୁ ରଥ ଉପସ୍ଥିତ କିଶୋରୀମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଗତ ପରାମର୍ଶ ଦେଇଥିଲେ ଏବଂ ବିଶୁଦ୍ଧ ପାନୀୟ ଜଳ କିପରି ପାଇପାରିବେ ଅନ୍ତେବାସୀଙ୍କୁ ବୁଝାଇଥିଲେ। କିଟ ସ୍କୁଲ ଅଫ ଆପ୍ଳାଏଡ ସାଇନ୍ସର ଡିନ ପ୍ରଫେସର ପ୍ରଶାନ୍ତ କୁମାର ରଥ ସ୍ବଚ୍ଛ ପାନୀୟ ଜଳ କିଭଳି ଚୟନ କରାଯିବ ସେ ନେଇ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ୧୬ଟି ସ୍କୁଲରେ ବିଭିନ୍ନ ପର୍ଯ୍ୟାୟରେ ଆୟୋଜନ କରାଯିବ।

Leave A Reply

Your email address will not be published.