xmas

ରାଇରଙ୍ଗପୁରରେ ହେବ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ୍‌

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର ରାଇରଙ୍ଗପୁର ସହରରେ ତାଙ୍କ ଅସ୍ଥାୟୀ ରହଣୀ ନିମନ୍ତେ ସ୍ୱତନ୍ତ୍ର ସର୍କିଟ ହାଉସ୍ ନିର୍ମାଣ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରାୟ ୫୦କୋଟି ଟଙ୍କା ବ୍ୟୟରେ ଏହି ସର୍କିଟ୍ ହାଉସ୍ ନିର୍ମାଣ କରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜର ରାଇରଙ୍ଗପୁର ଏନଏସି ଅଂଚଳରେ ଏହି ସ୍ୱତନ୍ତ୍ର ସର୍କିଟ ହାଉସ୍ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଅସ୍ଥାୟୀ ରହଣୀ ନିମନ୍ତେ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଥିବାବେଳେ ଏହାର ନିର୍ମାଣ ଓ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ରାଇରଙ୍ଗପୁରର ମହୁଲଡ଼ିହାଠାରେ ଏହା ନିର୍ମାଣ ହେବ ଓ ଏନଏସିକୁ ଏହି ସର୍କିଟ ହାଉସ୍ ନିର୍ମାଣ ପ୍ରସ୍ତାବ ପଠାଯାଇଛି ।

ଏହି ସର୍କିଟ ହାଉସରେ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରପତିଙ୍କ ରହିବା ପାଇଁ ଅତ୍ୟାଧୁନିକ ସୁବିଧାଯୁକ୍ତ ରୁମ୍ ସହ ଡ୍ରଇଂ ରୁମ୍‌, କନଫରେନ୍ସ ହଲ୍ , ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ରହିବା ନିମନ୍ତେ ସ୍ୱତନ୍ତ୍ର ଗୃହ ଓ ପାର୍କ ଆଦି ରହିବ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ନିଜ ଘରକୁ ଗସ୍ତ ସମୟରେ ସେହି ସ୍ୱତନ୍ତ୍ର ସର୍କିଟ ହାଉସରେ ରହିବେ । ଏହା କେବଳ ରାଷ୍ଟ୍ରପତିଙ୍କ ରହଣୀ ନିମନ୍ତେ ଉପଯୋଗ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.