xmas

ଅବସର ନେଲେ ଏନଭି ରମନ୍ନା, ସିଜେଆଇ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ୍ ୟୁୟୁ ଲଳିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନା ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଛନ୍ତି ଏନ.ଭି. ରମନ୍ନା । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁୟୁ ଲଲିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ଜଷ୍ଟିସ୍ ୟୁୟୁ ଲଲିତ ୩ଟି ଦିଗ ଉପରେ ଫୋକସ କରିବେ ବୋଲି କହିଛନ୍ତି । କୋର୍ଟରେ ମାମଲାର ଲିଷ୍ଟିଂକୁ ସହଜ କରିବା, ତ୍ୱିରତ ଶୁଣାଣି ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଅତି କମରେ ଗୋଟିଏ ସାମ୍ବିଧାନ ବେଞ୍ଚ ବସିବା ନେଇ ସେ ଗୁରୁତ୍ୱ ଦେବେ। ପ୍ରଧାନ ବିଚାପତି ଭାବେ ଲଳିତଙ୍କ କାର୍ଯ୍ୟକାଳ ୭୪ ଦିନ ରହିବ। ଏହି ଅବସରରେ ବିଦାୟୀ ସିଜେଆଇ ଏନଭି ରମନ୍ନା କହିଛନ୍ତି, ସମ୍ବିଧାନ ଏବଂ ଆଇନକୁ କେମିତି ସାଧାରଣ ଜନତାଙ୍କ ନିକଟତର କରାଯାଇ ପାରିବ ତାହା ତାଙ୍କର ସାମ୍ବିଧାନିକ ଦାୟିତ୍ଵ ଥିଲା। ଲୋକଙ୍କ ମଧ୍ୟରେ ନ୍ୟାୟପାଳିକା ପ୍ରତି ସଚେତନ ଏବଂ ବିଶ୍ଵାସ ଜନ୍ମାଇବା ଉପରେ ଗୁରୁତ୍ଵ ଦିଆଯାଇଛି ବୋଲି ସେ କହିଛନ୍ତି। ଜଷ୍ଟିସ ୟୁୟୁ ଲଳିତ ଆଉ ମାତ୍ର ଦୁଇ ମାସ ପରେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ।

ତେଣୁ ଅବସର ପୂର୍ବରୁ ତାଙ୍କୁ ସର୍ବୋଚ୍ଚ ବିଚାରପତି ଆସନରେ ନିଯୁକ୍ତି ମିଳିଛି। ୧୯୫୭ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଲଳିତ ଆଇନଜୀବୀ ଭାବେ ୧୯୮୩ରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ଏହାପରେ ଦିଲ୍ଲୀରେ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ପରେ ୨୦୦୪ରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ ନିଯୁକ୍ତି ପାଇଥିଲେ।

ତେବେ ବାର୍ ଦ୍ୱାରା ସୁପ୍ରିମକୋର୍ଟର ବିଚାରପତି ମନୋନୀତ ହେବା ପୂର୍ବରୁ ଜଷ୍ଟିସ୍ ଲଳିତ ସିବିଆଇର ସ୍ପେସିଆଲ୍ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିଲେ। ୨୦୧୪ ଅଗଷ୍ଟ ୧୩ ତାରିଖରେ ଜଷ୍ଟିସ୍ ଲଳିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

Leave A Reply

Your email address will not be published.