ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକଙ୍କୁ ମାଡ ଘଟଣା, ଭୁବନେଶ୍ୱରକୁ ଯାଉଥିବା ଘରୋଇ ବସ ଗୁଡିକୁ ଅଟକ କଲେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ।

ମାଲକାନଗିରି ତା. ୨୬.୦୮.୨୦୨୨ -ଗତ କାଲି ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ରବି ରାଜେଶ ଭୁବନେଶ୍ୱରରେ ସାଇରାମ ବସ୍ରେ ମାଲକାନଗିରି ନିମନ୍ତେ ଟିକଟ କାଢିଥିଲୋ ଉକ୍ତ ବସରେ ତାଙ୍କୁ ୪ ନମ୍ବର ସିଟ୍ ମିଳିଥିବା ବେଳେ ଗତକାଲି ରାତ୍ର ପ୍ରାୟ ୭ ଘଟିକା ସମୟରେ ସେ ବସ୍ ନିକଟକୁ ଗଲାପରେ କାଉଂଟର ସଭ୍ୟ ମାନେ ତାଙ୍କୁ ସାଇରାମ ବସ ପରିବ ର୍ତେ ରିଲାୟନ୍ସ ବସରେ ପଛ ସିଟ୍ ଦେଲୋ ଏ ସମ୍ବନ୍ଧରେ ରବି ରାଜେଶ ପ୍ରତିବାଦ କରିବାରୁ ଭୁବନେଶ୍ୱର କାଉଣ୍ଟରର କର୍ମଚାରୀ ମାନେ ବିଭିନ୍ନ ଗାଳିଗୁଳଜ କରିବା ସହ ରବି ରାଜେଶଙ୍କୁ ମାରପିଟ କରିଥିଲୋ ଏଥିସହ ରବି ରାଜେଶଙ୍କ ସୁନା ଚେନ ଓ ଘଡି ମଧ୍ୟ ଚୋରି କରି ନେଇଥିଲୋ ଏ ସମ୍ବନ୍ଧରେ ରବି ରାଜେଶ ଆଜି ଭୁବନେଶ୍ୱର ଭରତପୁର ଥାନାରେ ଲିଖିତ ଅଭିଯୋଗ ଦେବା ସହ ମାଲକାନଗିରି ବିଜୁ ଜନତା ଦଳକୁ ମଧ୍ୟ ଖବର ଦେଇଥିଲୋ ଏହାକୁ ପ୍ରତିବାଦ କରି ମାଲକାନଗିରି ବିଜୁ ଯୁବ ଜନତା ଦଳ ତରଫରୁ ଭୁବ ନେଶ୍ୱରକୁ ଯାଉଥିବା ସମସ୍ତ ଘରୋଇ ବସକୁ ଅଟକ ରଖିଛନ୍ତିା ଏ ସମ୍ବନ୍ଧରେ ଆଜି ବିଜୁ ଯୁବ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହେବା ସହ ରବି ରାଜେଶକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଘରୋଇ ବସ୍ ଗୁଡିକୁ ଛଡା ଯିବ ନାହିଁ ବୋଲି ଦାବି କରିଛନ୍ତିା ଏଥିସହ ରବି ରାଜେଶଙ୍କ ଉପରେ ଆକ୍ରମଣ କରିଥିବା ଲୋକମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତିା

Leave A Reply

Your email address will not be published.