ଫୁଲବାଣୀ ୨୬/୦୮ କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭାଲୁରଗାଁ ତଳପଡା ମାସରଗାଣ୍ଡା ଗୋଡ଼ଗାଁ ଗଟେଣୀ ଜିରିସୀ ତାରଗାବାଲି ନାଡ଼ଗାଁ କିରପଲା ଘାଟିସାହିକୁ ଏକଲବ୍ୟ ସ୍କୁଲକୁ ପକ୍କା ରାସ୍ତା ନଥିବା ରୁ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଏବଂ କାଳୀ ସାହି ପୂଜା ସାହି ନିକଟରେ ଗୋଚର ଜମିକୁ କିଛି ମାଫିଆ ଜବର ଦଖଲ କରିଛନ୍ତି ଉକ୍ତ ଜମିକୁ ଜବରଦଖଲ ଉଛେଦ କରିବାକୁ କୁଇ ସଂଗଠକ ପ୍ରମୋଦ କହଁର ଓ ସମାଜ ସେବୀ ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଜରିଆରେ କନ୍ଧମାଳ ଜ଼ିଲ୍ଲାପାଳଙ୍କୁ ଦାବୀ ପତ୍ର ଦିଆଯାଇଛି l ସୂଚନାଯୋଗ୍ୟ ଯେ ଉକ୍ତ ବାରଗୋଟି ଗ୍ରାମର ଗ୍ରାମବାସୀ ପକ୍କାରାସ୍ତା ନଥିବାରୁ ପ୍ରାୟ ତିନିହଜାର ଲୋକ ଦୁର୍ଦଶା ଭୋଗୁଅଛୁ l ସ୍କୁଲ କଲେଜ ଅଫିସ କାର୍ଯାଳୟ ମେଡିକାଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ଫିରିଙ୍ଗିଆ ବ୍ଲକ ଉପରେ ନିର୍ଭରଶିଳ ଅଟନ୍ତି ପକ୍କା ରାସ୍ତା ନଥିବାରୁ ଗାଁକୁ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟତ କରୁନାହିଁ ଫଳରେ ରୋଗୀ ପ୍ରସୂତି ମହିଳା ହୀନସ୍ତା ଭୋଗୁଛନ୍ତି l ବର୍ଷା ଦିନରେ ଏହାର ସ୍ଥିତି ବେହାଲ ହୋଇପଡୁଛି l ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ଫଳଶୂନ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇନାହିଁ ଫଳରେ ବାରଗୋଟି ଗାଁର ଶତାଧିକ ଗ୍ରାମବାସୀଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇଛି l ଏହାର ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ସ୍ୱରୂପ ଫିରିଙ୍ଗିଆରୁ ଏକଲବ୍ୟ ଦେଇ କାଶୀନପଦର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରବାକୁ ଦାବୀ କରିଛନ୍ତି ଗ୍ରାମବାସୀ ସମସ୍ୟାର ସମାଧାନ ଶୀଘ୍ର ନହେଲେ ଆମ୍ଭେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଫିରିଙ୍ଗିଆ ସରପଞ୍ଚ ଯୋଗେଶ୍ୱର କହଁର, କାଶିନୀପଦର ସରପଞ୍ଚ ପ୍ରତିମା କହଁର ସମିତି ସଭ୍ୟ ଇନ୍ଦ୍ରା କହଁର ଯୋଗେଶ୍ୱର କହଁର ପ୍ରମୋଦ କହଁର, କୁଶ କହଁର, ରାଜକିଶୋର କହଁର, ପବିତ୍ର କହଁର, ଲାଣ୍ଡା କହଁର l ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଵା ଜରୁରୀ l
Sign in
Sign in
Recover your password.
A password will be e-mailed to you.
Prev Post