ଡମ୍ଫର ଧକ୍କାରେ ପାଞ୍ଚ ଅଟୋ ଯାତ୍ରୀ ଗୁରୁତର I ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ I

ଫୁଲବାଣୀ ୨୬/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଓଟୋ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ପ୍ରକାଶ ଯେ, ବନ୍ଧଗଡ଼ ଗାଁ ନିକଟସ୍ତ ବାଲିକ୍ଷେତ ନିକଟରେ ଏଆରଏସଏସ ନାମକ ଏକ ଠିକା ସଂସ୍ଥାର ଡମ୍ଫର ବାନ୍ଧଗଡ଼ରୁ ସାରଙ୍ଗ ଗଡ଼ ଯାଉଥିବା ଏକ ଅଟୋକୁ ଧକ୍କା ଦେବା ସହ ସାମନା ପଟୁ ଆସୁଥିବା ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥାର ଡମ୍ଫରକୁ ମଧ୍ୟ ଧକ୍କା ଦେଇଥିଲା ଫଳରେ ଡମ୍ଫର ଧକ୍କାରେ ସମ୍ପୃକ୍ତ ଅ ଟୋ ରିକ୍ସାଟି ପ୍ରାୟ କୋଡିଏ ଫୁଟ ଦୁରକୁ ଛିଟିକି ପଡ଼ିଥିବା ବେଳେ ଅଟୋରେ ଥିବା ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତ ମାନଙ୍କ ମଧ୍ୟରେ ଚାରି ଜଣ ବନ୍ଧଗଡ଼ ଗାଁର ପ୍ରଦୀପ ବିନ୍ଧାଣି, ସତ୍ୟବାନ ବିନ୍ଧାଣି, ସତ୍ୟନାରାୟଣ ବିନ୍ଧାଣି, ମମତା ବିନ୍ଧାଣି ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ କୁତିବାରୀ ଗାଁର ଶାନ୍ତିପାଣି ପ୍ରଧାନ ବୋଲି ଜଣାପଡିଛି I ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଫିରିଙ୍ଗିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ତେବେ ଅବସ୍ଥା ଗୁରୁତର ହେବାରୁ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ ଡିଗାଲ, ଅଜିତ କୁମାର ସାହୁ ଓ ମିଥୁନଙ୍କ ସହାୟତାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I ଅନ୍ୟ ପଟେ ଆହତ ମାନଙ୍କୁ କ୍ଷତିପୂରଣ ଓ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତା ଉପରେ ହମ୍ସ ନିର୍ମାଣ ପାଇଁ ଦାବୀ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି I ଯାହାଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଶତାଧିକ ଗାଡି ଅଟକି ରହିଛି I ଘଟଣାସ୍ଥଳରେ ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସହ ତାଙ୍କ ଟିମ ଓ ଅତିରିକ୍ତ ତହସିଲଦାର ତପନ ମଲ୍ଲିକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକ ବର୍ତମାନ ଯାଏ ତାଙ୍କ ଜିଦରେ ଅଟଳ ରହିଛନ୍ତି I

Leave A Reply

Your email address will not be published.