ଆଇନ ସଚେତନତା ଶିବିର

ଫୁଲବାଣୀ ୨୬/୦୮ ଶୁକ୍ରବାର କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୂଡୃକୁମ୍ପା ପଞ୍ଚାୟତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ‌ମୁଖ୍ୟ ଅତିଥି ଭାବେ ସଚିବ ଶ୍ରୀମତୀ ଅନୂଶିଳା ରଏ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରଶ୍ମିତା କରଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି, ପ୍ରକଳ୍ପ ଅଧିକାରୀ ଏସ. ଗାୟତ୍ରୀ, ସହକାରୀ ଶ୍ରମ ଅଧିକାରିଣୀ ଶୁଭଦର୍ଶିନୀ ନାୟକ, ସୁଡ଼ରୁ କୁମ୍ପା ସମିତି ସଭ୍ୟ ବଦ୍ୟନାଥ ବେହେରା ଓ ସରପଞ୍ଚ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସୁଫଳ ଯେପରି ଗ୍ରାମାଞ୍ଚଳ ଲୋକମାନେ ପାଇପାରିବ ସେ ବିଷୟରେ ଲୋକ ମାନଙ୍କୁ ସଚେତନ କରିଥିଲେ l ସେହିପରି ବିଭିନ୍ନ ଆଇନ ସେବା ସମ୍ପର୍କରେ ମଧ୍ୟ ସଚେତନ କରିଥିଲେ l ପରା ଲିଗାଲ ସ୍ବେଛାସେବୀ ଅଶୋକ ପ୍ରଧାନ ସଭା ପରିଚାଳନା କରିଥିଲେl

Leave A Reply

Your email address will not be published.