୭୫ ପ୍ରତିଶତ ରେଟିଂ ସହ ପୁଣିଥରେ ବିଶ୍ୱର ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା ହେଲେ ମୋଦି

ନୂଆଦିଲ୍ଲୀ,୨୬ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱ ନେତାଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଲୋକପ୍ରିୟ ନେତା କ୍ଷେତ୍ରରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମଣ୍ଣିଂ କନସଲ୍ଟ ସର୍ଭେ ହିସାବରେ ମୋଦିଙ୍କୁ ୭୫ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେ ମ୍ୟାନୁଏଲ ଲୋପେଜ ଓବ୍ରାଡୋର ୬୩ ପ୍ରତିଶତ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ୫୪ ପ୍ରତିଶତ ରେଟିଂ ସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗି ତୃତୀୟ ସ୍ଥାନରେ ରହିଛନ୍ତି ।
ଏହି ସର୍ଭେରେ ବିଶ୍ୱର ୨୨ ଜଣ ନେତାଙ୍କୁ ସାମିଲ କରାଯାଇଥିଲା । ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଏଥର ବାଇଡେନ ତଳକୁ ଖସି ଆସିଛନ୍ତି ।

Leave A Reply

Your email address will not be published.