ସିକନ୍ଦରାବାଦ ସୁନା ଚୋରି ମାମଲା; ସମ୍ପୃକ୍ତ ନଥିବା ଯୁବକ ଗିରଫକୁ ନେଇ ପ୍ରତିବାଦ

ଫୁଲବାଣୀ -୨୬/୦୮ ସିକନ୍ଦରାବାଦ ସୁନା ଚୋରି ମାମଲାରେ ଗିରଫ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅଞ୍ଚଳର ହୃତିକ ପ୍ରଧାନ ଜାମିନରେ ଆସି ନିଜକୁ ଦୋଷମୁକ୍ତ ବୋଲି କହିଛି l ତାକୁ ଅଯଥାରେ ମିଥ୍ୟା ମାମଲାରେ ପୋଲିସ ଫସାଇ ଦେଇଥିବା କଥା ଫୁଲବାଣୀ ଠାରେ ସାମ୍ବାଦିକ ସମ୍ମିଳନୀରେ ହୃତିକ କହିଛି l ଗତ ୨0୧୩ ମସିହାରେ ତାଙ୍କ ଗ୍ରାମର ଜଣେ ଯୁବକ ଚାକିରୀ ଯୋଗାଇଦେବ ବୋଲି ତାକୁ ସିକନ୍ଦରବାଦ ନେଇଥିଲା l ଦୁହେଁ ମିଶିକି ଗୋଟିଏ ଘରେ ରହୁଥିଲେ l ତେବେ ହୃତିକ ସିକନ୍ଦରାବାଦରେ ବୁଲୁଥିବା ବେଳେ ରାସ୍ତାରୁ ଗୋଟିଏ ବ୍ୟାଗରେ ସୁନା ପାଇଥିଲା l ଏ ବିଷୟରେ ସେ ତାର ବନ୍ଧୁ କିଷାନକୁ କହିଥିଲା l ଆଉ ଦୁହେଁ ମିଶି କିଛି ସୁନା ସେଠାରେ ବିକ୍ରୀ କରିଥିଲେ l ଆଉ ସେହି ଟଙ୍କାଙ୍କୁ ଉଭୟ ବାଣ୍ଟି ଥିଲେ l ଅବଶିଷ୍ଟ ସୁନା କିଷାନ ନିଜ ପାଖରେ ରଖିଥିଲା, ମାଗିଲେ ଦେଉନଥିଲା l କିଶାନ ନଥିବାବେଳେ ହୃତିକ କୁଆଡେ ସୁନା ସବୁ ନେଇ ଆସି ଫୁଲବାଣୀରେ ପହଞ୍ଚିଥିଲା l ଆଉ ସେହି ସବୁ ସୁନା ବିକ୍ରୀ କରିବାକୁ ଉଦ୍ୟମ କଲାବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ହୃତିକକୁ ଗିରଫ କରିଥିଲା l ଆଉ ସିକନ୍ଦରାବାଦ ପୋଲିସ କୁ ଜଣାଇଥିଲା l ସିକନ୍ଦରାବାଦ ପୋଲିସ ତାକୁ ଗିରଫ କରି ନେଇଯାଇଥିଲା l ତେବେ ପୋଲିସ ସିକନ୍ଦରାବାଦକୁ ନେବା ପୂର୍ବରୁ ପ୍ରଥମେ ଫୁଲବାଣୀ କୋର୍ଟରେ ହାଜର କରାଇ ତାପରେ ସିକନ୍ଦରାବାଦ ନେଇଯାଇଥିଲା l ତେଣୁ ଏ ବାବଦରେ ସେମାନେ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି l ତେବେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ପରିବାର ଲୋକେ ଦାବି କରିଛନ୍ତି l

Leave A Reply

Your email address will not be published.