ଶବ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ -୨୬/୦୮ ଶୁକ୍ରବାର ଶବ ରଖି ଉତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ l ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟା ରେ ବାଇକ ସହ ଭାସି ଯାଇଥିଲେ l ଦିନକ ପରେ ମୃତଦେହ ଉଦ୍ଧାର ୧ ୨ କିମି ଦୂର ଡକାଙ୍ଗି ଠାରେ ନଦୀ ତଟରୁ ଉଦ୍ଧାର କରାଯାଇଥିଲା l ଡାକପାଲା ବ୍ରିଜ ସଂକୀର୍ଣ୍ଣ ଓ କମ ଉଚ୍ଚା ହୋଇଥିବା ଫଳରେ କମ ବର୍ଷା ହେଲେ ମଧ୍ୟ ବ୍ରିଜଉପରେ ପାଣି ଯାଉଛି l ଫଳରେ ବ୍ରିଜ ଆରପଟେ ରହୁଥିବା ମୁନିସିପାଲିଟିର ୨ ନମ୍ବର ୱାର୍ଡର ଶତାଧିକ ଲୋକ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଭିନ୍ନ ସମୟରେ ବନ୍ୟା ଜଳରେ ଲୋକେ ଭାସିଯାଇ ମୃତ୍ୟୁ ବରଣ କରୁଛନ୍ତି ଓ ଦୁର୍ଘଟଣା ବି ହେଉଛି l ଫଳରେ ସେଠାରେ ଉଚ୍ଚା ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ l ତା ସାଙ୍ଗକୁ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି ଲୋକେ l ଏହି ଦୁଇ ଦଫା ଦାବି ନେଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଡାକପାଲା ଗ୍ରାମବାସୀ l ପ୍ରଶାସନ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛି l

Leave A Reply

Your email address will not be published.