କ୍ୟାରିୟର୍ ୩୬୦ ର‌୍ୟାଙ୍କିଙ୍ଗସ; ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ

ଭୁବନେଶ୍ୱର, ୨୭/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ ଭାବେ ମାନ୍ୟତା ହାସଲ କରିଛି । ୨୦୨୨-୨୩ ବର୍ଷ ନିମନ୍ତେ ନିକଟରେ ପ୍ରକାଶିତ କ୍ୟାରିୟର୍ ୩୬୦ର‌୍ୟାଙ୍କିଙ୍ଗ୍‌ସରେ ଏହି ସ୍ଥାନ ହାସଲ କରିଛି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ।
ର‌୍ୟାଙ୍କିଙ୍ଗ ଅନୁଯାୟୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ୍ କଲେଜର ସମ୍ମାନ ହାସଲ କରିଛି ।
ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଏହି ର‌୍ୟାଙ୍କିଙ୍ଗ୍‌ସରେ ଦେଶର ଶ୍ରେଷ୍ଠ ୭ମ ଡେଂଟାଲ୍ କଲେଜର ମାନ୍ୟତା ହାସଲ କରିଛି ।
ଏହି ର‌୍ୟାଙ୍କିଙ୍ଗସ୍‌ରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏଏଏଏ+ ରେଟିଂ ହାସଲ କରିଛି ।
ଛାତ୍ରଛାତ୍ରୀମାନଙ୍କ ଗୁଣାବତା, ଶିକ୍ଷା ପଦ୍ଧତି, ଗବେଷଣା, ଭିତିଭୂମି ଓ ଏହାର ପ୍ରଭାବ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଙ୍ଗ୍‌ସ ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.