କମ୍ପାନୀ ଆଉ ଲଲିପପ୍ ଦେଖାନି ଆମ କଥା ଶୁଣ, ନହେଲେ ନୂଆଁଖାଇ ପର୍ବ ପରେ କଥାବାର୍ତ୍ତା !

ବରଗଡ:-ଗତ ୧୪ ତାରିଖ ଦିନ ଜିଲ୍ଲା ପ୍ରଶାସନର ଲଣ୍ଠନ ଦେଖା ତଥା ଏଚ.ଡି.ଏଫ.ସି ବୀମା କମ୍ପାନୀର ମନମୁଖୀ କାରବାର ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନର ଡାକରା ରେ ହଜାର ହଜାର ଚାଷୀ ବରଗଡ଼ ଯାଇ ରେଳରୋକ ଆନ୍ଦୋଳନ କରିଥିଲେ।ଦିର୍ଘ ୯ ଘଣ୍ଟା କାଳ ରେଳରୋକ ଇତିହାସରେ ଲିପିବଦ୍ଧ ନିଶ୍ଚିତ ହେବ । କାରଣ କେବେ ହେଲେ ଦିର୍ଘ ୯ ଘଣ୍ଟା ପର୍ଯ୍ୟନ୍ତ ଏଭଳି ରେଳରୋକ ବୋଧହୁଏ ବରଗଡ ଜିଲ୍ଲା ରେ ହୋଇନଥିଲା । ଜିଲ୍ଲା ପ୍ରଶାସନ ତଥା ବିମା କମ୍ପାନୀ ୧୦ ଦିନ, ତା ୨୪.୦୮.୨୦୨୨ରିଖ ପର୍ଯ୍ୟନ୍ତ ସମସ୍ତ ଚାଷୀ ଙ୍କ ଆକଳନ ଅନୁସାରେ ବୀମା ରାଶି ପ୍ରଦାନ କରାଯିବ ବୋଲି ସମୟ ମାଗିଥିଲେ। ରେଳବାଇ ପକ୍ଷରୁ ମଧ୍ୟ ଅନେକ ଚାଷୀଙ୍କ ବିରୁଦ୍ଧରେ କେଶ ମଧ୍ୟ ଦାୟର କରାଯାଇଥିଲା। ସବୁ ପ୍ରକାର ନିର୍ଯାତନା ସହି ମଧ୍ୟ ଚାଷୀ ସଂଗଠନ ତାଙ୍କ କଥାରେ ସହମତ ହୋଇଥିଲେ ଦେଖିଲା ବେଳକୁ ଜଣେ ଭିକାରୀ କୁ କିଛି ଅର୍ଥ ଦାନ କଲା ଭଳି ନିର୍ଦ୍ଧାରିତ ଆକଳନ ଅନୁସାରେ ବୀମା ରାଶି ପ୍ରଦାନ ନ କରି ୫୦ ଟି ଗ୍ରାମ ପଞ୍ଚାୟତରେ ଭିକାରୀ କୁ କିଛି ଅର୍ଥ ଦାନ କଲାଭଳି ଚକମା ଦେଖାଇଛି ବୀମା ପ୍ରଦାନ କମ୍ପାନୀ ଏଚ.ଡି.ଏଫ.ସି । ଯାହା ସନ୍ତୋଷ ଜନକ ନୁହେଁ। ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନ ନେତୃତ୍ୱରେ ୧୪ ଅଗଷ୍ଟ ବରଗଡ଼ ରୋଡ଼ ଠାରେ ଫସଲ ବୀମା କ୍ଷତିପୂରଣ ଦାବି ପାଇଁ ରେଳରୋକ ଆନ୍ଦୋଳନ ରେ ସଂଗଠନ ର ୫୭ଜଣ ଙ୍କ ନାମରେ ଆରପିଏଫ ଥାନାରେ ଋଜୁ ହୋଇଥିବା କେଶ ରୁ ଜମାନତରେ ଅଣାଯାଇଛି । ପୁନଃ ବରଗଡ଼ ଜିଲ୍ଲାପାଳ ମହୋଦୟାଙ୍କୁ କୃଷକ ସଂଗଠନ ତରଫରୁ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ସେ ଗୁଡିକ ହେଲା ୧-କ୍ରଫ କଟିଙ୍ଗ ଆଧାରରେ ଫସଲ ବୀମା ରାଶି ପ୍ରଦାନ। ୨-ଫସଲବୀମା ପଡ଼ିଥିବା ଗ୍ରାମ ପଞ୍ଚାୟତ ଗୁଡିକରେ କ୍ଷତିପୂରଣ ପରସେଣ୍ଟେଜ କମ ଥିବାରୁ ପୁନଃ ବିଚାର କରାଯାଉ। ୩-ରିଜେକ୍ଟ, ରିଭୋର୍ଟ,ପେନ୍ ଡିଙ୍ଗି ସମସ୍ତ ଚାଷୀଙ୍କ ଆବେଦନ ପତ୍ରକୁ ଅନୁମୋଦନ ସହ ସମସ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ। ୪-ସମସ୍ତ ନକଲି ଚାଷୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସମସ୍ତ ଯୋଗ୍ୟ ଚାଷୀଙ୍କୁ ବୀମା ରାଶି ପ୍ରଦାନ। ୫-ଗତ ୨୦୨୧ ଖରିଫ ଚାଷରେ ମରୁଡି କ୍ଷତିଗ୍ରସ୍ତ ସମସ୍ତ ‌ଚାଷୀମାନଙ୍କୁ ମରୁଡି ସହାୟତା ସହ ମରୁଡି ଘୋଷଣା କରାଯାଉ । ଯଦି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ସମସ୍ତ ପଞ୍ଚାୟତର ଚାଷୀ ଭାଇମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ବୀମା ରାଶି ପ୍ରଦାନ କରାନଯାଏ ତେବେ ‌ନୂଆଁଖାଇ ପରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ଏକ ନୂତନ ଢାଞ୍ଚାରେ ଉଗ୍ରରୂପ ନେଇ ଆନ୍ଦୋଳନ ରେ ଅବତୀର୍ଣ୍ଣ କରିବ ବୋଲି ଜଣାପଡିଛି । ଆରକ୍ଷୀ ଅଧିକ୍ଷକ ବରଗଡଙ୍କ ସହିତ ବୀମା କମ୍ପାନୀର ଅହେତୁକ ବିଳମ୍ବ ତଥା ଟାଳଟୁଳ ନୀତି ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ସଭାପତି ବାଞ୍ଛାନିଧି ନାୟକ, ଆଇନ ପରାମର୍ଶଦାତା ଅଜିତ କୁମାର ଶତପଥୀ, ଚାଷୀ ନେତା ରମେଶ ମହାପାତ୍ର, ଆବାହକ ଅଶୋକ କୁମାର ସାହୁ,ଦହିତ ସାହୁ, ଲିଙ୍ଗରାଜ ପଧାନ ପ୍ରମୁଖ ସାମିଲ ଥିଲେ

Leave A Reply

Your email address will not be published.