ସରପଞ୍ଚ ବୈଠକ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଏଵଂ ବ୍ଲକ ସ୍ତରୀୟ ଲୋକ ପ୍ରତିନିଧି ଓ କର୍ମକତାକୁ ନେଇ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପଞ୍ଚାୟତର ଉନୟନମୂଳକ କାର୍ଯ୍ୟରେ କୈଣସି ଅସୁବିଧା ହେଲେ ଅବା ପ୍ରଶାସନିକ ଅସହଜଗ ଦେଖାଦେଲେ ଏହାର ସମାଧାନ କିପରି କରାଯିବ ସେନେଇ ଆଲୋଚନା ହୋଇଥିଲା l ପରେ ସରପଞ୍ଚ ମାନଙ୍କର ସଙ୍ଘ କର୍ମକତା ନିର୍ବାଚନ ହୋଇଥିଲା ସଭାପତି ରୂପେ ରାଲେଗଡା ସରପଞ୍ଚ କମଳୁ ହ୍ୱନ୍ତାଳ, ଉପସଭାପତି ଅର୍ଜୁନ ହ୍ୱନ୍ତାଳ, ଓ ଭଗବତୀ ନାୟକ ଓ ସମ୍ଫାଦକ ତ୍ରିନାଥ କିରସାନି ମନୋନୀତ ହୋଇଥିଲେ l ଶେଷରେ ସଭାପତି କମଳୁ ହ୍ୱନ୍ତାଳ କହିଥିଲେ ବ୍ଲକର କୈଣସି ପଞ୍ଚାୟତରେ କୈଣସି ସମସ୍ୟା ଦେଖାଦେଲେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ମତ ଦେଇଥିଲେ l ସାମାଜିକ କର୍ମୀ ରଘୁ ଖରା, କୋଟେଶ୍ୱର ରାଓ, ଚନ୍ଦନ ସାହୁ ଅମିତ, ପ୍ରସାଦ ସହଯୋଗ କରିଥିଲେ l

Leave A Reply

Your email address will not be published.