ସ୍ବର୍ଗତ ବୁଲୁ ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଶୋକ ସଭା

ମାଲକାନଗିରି: ଆଜି ମାଲକାନଗିରି ଜ଼ିଲ୍ଲାରେ ସନ୍ଧ୍ୟା ସମୟରେ ଡି ଏନ କେ ଖେଳପଡିଆ ଠାରେ ସ୍ବର୍ଗତ ପ୍ରତାପ ରାଜ ଚନ୍ଦ୍ର (ବୁଲୁ ଭାଇ )ଙ୍କର ଅମର ସଦଗତି ନିମନ୍ତେ ଏକ ଶୋକ ସଭା ଆୟୋଜନ କରାଯାଇଛି। ଜିଲ୍ଲାର ପ୍ରଥମ ବ୍ୟକ୍ତି ଯିଏ କି ଜିଲ୍ଲା କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା ଅଟନ୍ତି। ତାଙ୍କର କାର୍ଯ୍ୟକାଲ ସମୟରେ ଜିଲ୍ଲା କ୍ରିକେଟ ବହୁତ ଆଗକୁ ଅଗ୍ରସର ହୋଇଥିଲା। ସେ ଜଣେ ଦକ୍ଷ ଅଲ୍ ରାଉଣ୍ଡର ରହିଥଲେ। ସେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ। ଆଜି ପୁରା କ୍ରିକେଟ ଜଗତ ତାଙ୍କୁ ଝୁରି ରହୁଛି। ତାଙ୍କର ଜନ୍ମ ୧.୯. ୧୯୭୦ ହୋଇଥିବା ବେଳେ ତା: ୨୦.୮.୨୦୨୨ରେ ତାଙ୍କର ଅକୀଳ ବିୟୋଗ ଘଟିଥିଲା I ଏହି ପରିପ୍ରେକ୍ଷୀରେ ବହୁ କ୍ରିକେଟ ଖେଳାଳି, ସରକାରୀ ଅଧିକାରୀ, ସାଧାରଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଛନ୍ତି। ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ବଡ଼ ପୁଅ ଏରୋନ, ଜିଲ୍ଲା କ୍ରିକେଟ ସଙ୍ଘର ସଭାପତି ଏମ ଡି ଫାରୁକ, ଡ଼.ରଞ୍ଜନ କୁମାର ସ୍ୱାଇଁ ଅଧ୍ୟାପକ, ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ବରିଷ୍ଠ କ୍ରିକେଟ ଖେଳାଳି ପ୍ରସାଦି, ବି.ସଂଜୀବ, ଶଙ୍କର, ସୂର୍ଯ୍ୟ ନାରାୟଣ, ସୁମନ୍ତ, ,ଅଜୟ, ଅକ୍ଷୟ, ପରେଶ, ମୁନ୍ନା, ଅଶୋକ, ଉମା,ପ୍ରଦୀପ,ସୁବ୍ରତ, ବିଟୁ, କଣ୍ଟେଶ୍ୱର, ବରିଷ୍ଠ ଶିକ୍ଷକନିରଞ୍ଜନ ପଣ୍ଡା, ଏ ଭଳି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶୋକ ସଭା ପାଳନ କରିଥଲେ।

Leave A Reply

Your email address will not be published.