କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ।

ଅରୂପ ସଭାପତି, ସୁନୀଲ କାର୍ଯ୍ୟକାରୀ ସଭାପତି ଓ ଅଶୋକ ସାଧାରଣ ସମ୍ପାଦକ ମନୋନୀତ

ଫୁଲବାଣୀ -୨୮/୦୮ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲା ପ୍ରେସ କ୍ଳବ, ଫୁଲବାଣୀ ଠାରେ ରବିବାର ଡ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ସଂଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତା ମାନଙ୍କୁ ପ୍ରଥମେ ସ୍ୱାଗତ ଜଣାଇଥିଲେ।ସାଧାରଣ ସମ୍ପାଦକ ଜୟସେନ ପରିଡା ଗତବାର୍ଷିକ ଉତ୍ସବ ଓ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। କରୋନା ଯୋଗୁଁ କେତେକ ଜନମଙ୍ଗଳ କାର୍ଯ୍ୟକ୍ରମ କରାଯାଇପାରିନଥିଲା। ଚଳିତ କାର୍ଯ୍ୟକାରୀ କମିଟିକୁ ସଭାପତି ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ସଦସ୍ୟମାନଙ୍କ ଅନୁରୋଧ କ୍ରମେ ଡ଼ଃ. ଅରୁପ କୁମାର ଜେନା ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ।। ସର୍ବ ସମ୍ମତି କ୍ରମେ ସଂଘର ସଭାପତି ରୂପେ ପୁନର୍ବାର ଡ଼ଃ. ଅରୁପ କୁମାର ଜେନା ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ଓ ସାଧାରଣ ସଂମ୍ପାଦକ ରୂପେ ଅଶୋକ ପରିଡାଙ୍କୁ ମନୋନୀତ କରାଯାଇଛି। ଚାରି ଜଣ ଉପସଭାପତି ଯଥାକ୍ରମେ ସନ୍ତୋଷ କୁମାର ଦିଗଲଙ୍କ ସହ ଅଭିମନ୍ୟୁ ପଣ୍ଡାରାଇକିଆ, ପ୍ରକାଶ ନାୟକ, ବାଲିଗୁଡା ସମୀର ପାଢ଼ୀ ଜି. ଉଦୟଗିରି ମନୋନୀତ ହୋଇଛନ୍ତି। ପାଞ୍ଚ ଜଣ ସମ୍ପାଦକଙ୍କ ମଧ୍ୟରେ ଅଜିତ ନାୟକ ଫିରିଙ୍ଗିଆ, ପ୍ରମୋଦ ଦଣ୍ଡସେନା ବାଲିଗୁଡା, ରାମକୃଷ୍ଣ ଚୌଧୁରୀ ଜି. ଉଦୟଗିରି, ଅମୀୟ ସିଂ ଦାରିଙ୍ଗବାଡି ଓ ଶ୍ରବଣ ଦିଗାଲ ମନୋନୀତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ଦଶ ଜଣିଆ କାର୍ଯ୍ୟକାରୀ କମିଟିକୁ ସାମ୍ବାଦିକ ଜୟସେନ ପରିଡା, ଚତୁର୍ଭୁଜ ଦାସ,ବିଜୟ ମହାନ୍ତି, ନାରାୟଣ ସାହୁ, ରଜତ ନାୟକ, ଅଶୋକ ମିଶ୍ର, ଅରୁଣ ଦିଗାଲ, ଅଚ୍ୟୁତାନନ୍ଦ ସେଠୀ, ସାମ୍ବାଦିକା ନିବେଦିତା ଖାଡେଙ୍ଗା ଓ ମୌସୁମୀ ରାୟ ମନୋନୀତ ହୋଇଛନ୍ତି। ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ନାଜିର ଅଖତାର, ମହାଦେବ ସାହୁ, ବିଦ୍ୟାଧର ପାଳ ଓ ଶିଶିର ପଟ୍ଟନାୟକ ମନୋନୀତ ହୋଇଛନ୍ତି।ନିମନ୍ତ୍ରିତ ସଦସ୍ୟ ଭାବେ ୧୨ଜଣ ମନୋନୀତ ସଭ୍ୟଙ୍କ ମଧ୍ୟରେ ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠୀ, ଶିବ ବିଶ୍ୱାଳ, କିଶୋର ସାହୁ, ପ୍ରଶାନ୍ତ ପଣ୍ଡା, ଶିବ ପ୍ରସାଦ ନାୟକ, ପ୍ରଶାନ୍ତ କୁମାର ଜେନା, ସୂର୍ଯ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ବେହେରା, ରଞିତ ଦିଗାଲ, ଖିତିଷ ମଲିକ ଓ ପ୍ରଭାତ ନନ୍ଦ ପ୍ରମୁଖ ମନୋନୀତ ହୋଇଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷା କରି ସମାଜରୁ ଅନ୍ୟାୟ ଦୁର୍ନୀତି ଶୋଷଣ ଦୂର କରିବା ପାଇଁ ପ୍ରୟାଶ କରିବା ଆବଶ୍ୟକ । ସର୍ବଦା ତଥ୍ୟ ଭିତିକ ଓ ସତ୍ୟ ସମ୍ବାଦ ପରିବେଷଣ କରି କରିବା ପାଇଁ ସଂଘର ସଦସ୍ୟମାନେ କାର୍ଯ୍ୟ କରିବା ଲାଗି ସଭାପତି ଡ ଅରୂପ କୁମାର ଜେନା ପରାମର୍ଶ ଦେଇଥିଲେ। ଜିଲାର ବିଭିନ୍ନ ଅଞ୍ଚଳର ସାମ୍ବାଦିକ ମାନେ ଏହି ବୈଠକରେ ଯୋଗଦାନ କରିଥିଲେ।

Leave A Reply

Your email address will not be published.