ଶେଖ ଅସଗର ବରଗଡ ସୁନ୍ନି ବରେଲୱି ଜାମା ମସଜିଦ କମିଟି ଅଧ୍ୟକ୍ଷ ମନୋନୀତ

ବରଗଡ-ସୁନ୍ନି ବରେଲୱି ଜାମା ମସଜିଦ କମିଟି ନୂତନ ସଭାପତି ଭାବରେ ଶେଖ ଅସଗର (କାଲୱା)କୁ ମନୋନୀତ କରା ଯାଇଛି | କିଛି ବ୍ୟକ୍ତିଗତ ସମସ୍ୟା ହେତୁ ପୂର୍ବତନ ସଭାପତି ଅବଦୁଲ ଇବ୍ରାହିମ ବୁଧବାର ଇସ୍ତଫା ଦେଇଥିଲେ | ଏହା ପରେ ଶୁକ୍ରବାର ଦିନ ସୁନ୍ନି ବରେଲୱି ଜାମା ମସଜିଦ ଏବଂ ନୁରୀ ମସଜିଦ ଠାରେ ନୂତନ କମିଟି ଗଠନ ପାଇଁ ଘୋଷଣା କରାଯାଇ ଥିଲା | ଏହି ପରିପେକ୍ଷୀରେ ରବିବାର ଦିନ ବରଗଡ ଇଦଗାହ ଠାରେ ଅନୁଷ୍ଠିତ ବୈଠକ ରେ ସର୍ବସମ୍ମତି କ୍ରମେ ପୁଣି ଥରେ ଶେଖ ଅସଗର (କଲୱା) କୁ ମନୋନୀତ କରା ଯାଇ ଥିଲା | ବୈଠକରେ ମହମ୍ମଦ ଅସଲମ୍, ମହମ୍ମଦ ବବଲୁ, ଏମଡି ନିଜାମ, ଗୁଲାମ ଗୌଶ, ଗୁଲାମ ରସୁଲ, ଏମଡି ଜମିର, ଏମଡି ରାଜୁ, ଏମଡି ସଇଦ, ଏମଡି ନଇମ, ମହମ୍ମଦ ଇଲିୟାସ, ନାସିର ଖାନ, ମୋହଦ ରଫିକ୍, ମୋହଦ୍ ପପୁ, ଏମଡି ବଣ୍ଟି, ଏମଡି ସିରାଜ, ଏମଡି ସମୀର, ଶେଖ ନସିମୁଦ୍ଦିନ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ | ସମସ୍ତେ ଶେଖ ଅସଗରଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଶେଖ ଅସଗର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

Leave A Reply

Your email address will not be published.