ଫିରିଙ୍ଗିଆ ବ୍ଲକରେ ଆମ ଦୋକାନର ଶୁଭାରମ୍ଭ

ଫୁଲବାଣୀ -୨୯/୦୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରଫିରିଙ୍ଗିଆ ପଞ୍ଚାୟତରେ ଆମ ଦୋକାନ ଖୋଲିଲା l କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ l ପଞ୍ଚାୟତ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟ ଗୁଡିକ ସଂଗ୍ରହ କରାଯାଇ ତାକୁ ପ୍ରୋସେସିଂ କରାଯାଇ କମ ମୂଲ୍ୟରେ ମହିଳା ଏସ ଏଚ ଜି ମାନଙ୍କ ଦ୍ୱାରା ଆମ ଦୋକାନରେ ବିକ୍ରି କରାଯିବ l ଏହା ଦ୍ୱାରା ଗରିବ ଆଦିବାସୀ ମହିଳା ମାନେ ଉପକୃତ ହେବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ଘଟିବ ବୋଲି ଜିଲ୍ଲାପାଳ ପାଟିଲ କହିଛନ୍ତି l ସେହିପରି ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ଆମ ଦୋକାନ ଖୋଲିପାରିଛି l ଏହାପରେ ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକରେ ଆମ ଦୋକାନ ଖୋଲିବା ଲାଗି ପ୍ରୟାସ କରାଯିବ ବୋଲି ବିଡ଼ିଓ ରଶ୍ମି ରଞ୍ଜନ କହିଛନ୍ତି l ବ୍ଲକ ବିଡ଼ିଓ ଓ ଅଧ୍ୟକ୍ଷଙ୍କ ଅଭିନବ ପ୍ରୟାସ ଯାହାକି ସଫଳ ହେବ ବୋଲି ଲୋକ ପ୍ରତିନିଧି ମାନେ କହିଛନ୍ତି l

Leave A Reply

Your email address will not be published.