xmas

ପ୍ରେମ ନିବେଦନ ସ୍ୱୀକାର ନ କରିବାର ପ୍ରେମିକାକୁ ଜାଳିଦେଲା ଅଭିଯୁକ୍ତ ପ୍ରେମିକ

ରାଞ୍ଚି: ଝାରଖଣ୍ଡର ଡୁମକାରେ ୧୪୪ ଧାରା ଜାରି ଏବେ ବି ବଳବତ୍ତର ରହିଛି। କଲେଜ ପଢ଼ୁଆ ଝିଅକୁ ପ୍ରେମିକ ଜାଳି ହତ୍ୟା କରିବା ପରେ ଏଠାରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ଶାନ୍ତି କାଏମ ରଖିବାକୁ ବିପୁଳ ପୁଲିସ ମୁତୟନ କରାଯାଇଛି। ପୀଡିତା ଅଲଗା ସମ୍ପ୍ରଦାୟର ହୋଇଥିବାରୁ ମାମଲାର ରାଜୀତିକରଣ ହୋଇଛି। ମାମଲାକୁ ନେଇ ଝାଡ଼ଖଣ୍ଡ ସରକାରକୁ ସମାଲୋଚନା କରିଛି ବିଜେପି।

ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ମହିଳାଙ୍କୁ ସମ୍ମାନ ଦେଉ ନାହିଁ। ମହିଳାଙ୍କ ସୁରକ୍ଷା ଦିଗରେ ଅବହେଳା କରୁଛନ୍ତି ବୋଲି ବିଜେପି କହିଛି। ଏପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ପାଷ୍ଟ- ଟ୍ରାକ୍‌ କୋର୍ଟରେ ମାମଲାର ଶୁଣାଣି ହେବା ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।

ଅଗଷ୍ଟ ୨୩ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଶାହାରୁଖ ବୋଲି ଜଣେ ଯୁବକ କଲେଜ ପଢୁଆ ଝିଅକୁ ପ୍ରେମ ନିବେଦନ କରୁଥିଲା। ହେଲେ ଝିଅ ବାରମ୍ବାର ମନା କରିଆସୁଥିଲେ। ଶେଷରେ ଅଗଷ୍ଟ ୨୩ ତାରିଖ ଦିନ ପ୍ରେମିକାକୁ ଆକ୍ରମଣ କରିବା ସହ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ଶାହରୁଖ। ସୋମବାର ସକାଳେ ଉକ୍ତ ଝିଅର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ମୃତ୍ୟୁକାଳୀନ ଜମାନବନ୍ଦୀରେ ଝିଅଟି ମୁଖ୍ୟ ଅଭିଯୁକ୍ତ ସହ ଛୋଟୁ ନାମକ ଜଣେ ବ୍ୟକ୍ତି ନାଁରେ ଅଭିଯୋଗ କରିଛି। ସେ ଶୋଇଥିଲା ବେଳେ ପ୍ରଥମେ ଛୋଟୁ ତାଙ୍କ ଉପରେ ପେଟ୍ରୋଲ ପକାଇଥିଲା। ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା ବୋଲି ମୃତ୍ୟୁ ପୂର୍ବରୁ ପୁଲିସକୁ କହିଥିଲେ ପୀଡ଼ିତା। ଏହି ଘଟଣାରେ ପୀଡ଼ିତାଙ୍କ ମୁହଁକୁ ଛାଡ଼ିଦେଲେ ପୂରା ଶରୀର ନିଆଁରେ ଜଳିଯାଇଥିଲା। ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଶାହାରୁଖ ଖାନ୍‌କୁ ଗିରଫ କରିବା ପରେ ଛୋଟୁ ଖାନ୍‌କୁ ଧରିବା ପାଇଁ ତାର ସହଯୋଗୀ ନଇମକୁ ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.