xmas

ଚୋରି ବାଇକ ଜବତ,ଜଣେ ଗିରଫ

ମାଲକାନଗିରି,୨୯/୮ ମାଲକାନଗିରି ସଦର ମହକୁମାସ୍ଥିତ ମଲିକେଶ୍ୱର ଲୋଡଜ ନିକଟରେ ଚୋରି ହୋଇଥିବା ମଟର ସାଇକେଲକୁ ପୁଲିସ ଜବତ କରିବା ସହ ଚୋରକୁ ଗିରଫ କରିଛି। ଗତ ଦୁଇ ଦିନ ତଳେ ଟି.ଶ୍ରୀନବାସ ରାଓଙ୍କ ହିରୋ ଗ୍ଲାମର ମଲିକେଶ୍ୱର ଲୋଡଜ ନିକଟରେ ରଖି କୌଣସି କାମ କରୁଥିଲେ।ତେବେ ସେଠାରୁ ମଟର ସାଇକେଲଟି ଚୋରି ହୋଇଯାଇଥିଲା। ଏନେଇ ମାଲକାନଗିରି ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ କରି ନାୟକଗୁଡା ନିକଟସ୍ଥ ତୋଙ୍ଗଗୁଡା ଗ୍ରାମରୁ ଜଣକୁ ଗିରଫ କରି ମଟର ସାଇକେଲକୁ ଜବତ କରିଥିଲା। ଚୋର ଜଣକ ହେଲା ତୋଙ୍ଗଗୁଡା ଗ୍ରାମର ପ୍ରହ୍ଲାଦ ପେଦା(୩୭)।ପୁଲିସ ଆଜି ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave A Reply

Your email address will not be published.