xmas

ସ୍ୱାଭିମାନ ଅଞ୍ଚଳରେ ହଳଦୀ ଦେଉଛି ରୋଜଗାର, ଆର୍ଥିକସ୍ଥିତି ବଦଳେଇଛି

ମାଲକାନଗିରି,୨୯/୮: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଉର୍ଦ୍ଧ ହଳଦୀ ଅମଳ ହେଉଛି । ଏହି ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ବିଗତ ଦିନରେ ସରକାର ପଦକ୍ଷେପ ନେଇଛନ୍ତି। ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ହଳଦୀ ଗୁଣ୍ଡ ପ୍ରକ୍ରିୟାକରଣ ପାଇଁ ସହାୟତା ପ୍ରଦାନ କରାଯାଇଛି । ବର୍ତ୍ତମାନ ସେହି ପ୍ରୟାସରେ ଅଞ୍ଚଳରେ ଥିବା ଅନେକ ମହିଳା ହଳଦୀ ଚାଷ ଓ ବିକ୍ରୟ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ମା’ ତାରିଣୀ ଏସଏଚଜି ଗୋଷ୍ଠୀର ସଦସ୍ୟମାନେ ଜୈବିକ ହଳଦୀକୁ ପ୍ରକ୍ରିୟାକରଣ କରି ଗୁଣ୍ଡକୁ ପ୍ୟାକିଂ କରି ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ବିଏସଏଫ କ୍ୟାମ୍ପକୁ ହଳଦୀ ଗୁଣ୍ଡ ଯୋଗାଇ ଦେଉଛନ୍ତି । ବିଏସଏଫ କ୍ୟାମ୍ପ ସେମାନଙ୍କଠାରୁ ୨୦୦ କିଲୋରୁ ଉର୍ଦ୍ଧ ହଳଦୀ ଗୁଣ୍ଡ ନେଉଛନ୍ତି । ଫଳରେ ଏହି ମହିଳାମାନେ ଆର୍ଥିକ ଲାଭ ପାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ହଳଦୀଗୁଣ୍ଡ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି ଲାଗି ପ୍ରେରଣା ପାଉଛନ୍ତି ।

Leave A Reply

Your email address will not be published.