ପିହୁର ମିଳୁନି ପତ୍ତା : ଶିିଶୁ କମିଶନଙ୍କୁ ଭେଟିଲେ ନିଖୋଜ ପିହୁର ମାଆ

ଯାଜପୁର: ନିଖୋଜ ଝିଅକୁ ଖୋଜୁଛି ମାଆ । ୨ ବର୍ଷ ତଳେ ଖେଳୁଥିବା ବେଳେ ହଜିଯାଇଥିଲା ଝିଅ ପିହୁ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଝିଅକୁ ଖୋଜୁଛି ମାଆ । ଝିଅକୁ ହଜିବା ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ ବି କିଛି ଲାଭ ହୋଇନି । ସବୁ ସ୍ଥାନକୁ ଦଉଡ଼ି ଦଉଡ଼ି ନୟାନ୍ତ ହେବା ପରେ ଶେଷରେ ଶିିଶୁ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚି ଝିଅକୁ ଖୋଜିବାକୁ ଗୁହାରି କରିଛନ୍ତି ମାଆ ।

ସୂଚନା ଅନୁସାରେ ଯାଜପୁର ବିଞ୍ଝାରପୁର ଅଞ୍ଚଳର କୁନି ଝିଅ ପିହୁ ୨୦୨୦ ଅଗଷ୍ଟ ୯ ତାରିଖରେ ସାଙ୍ଗମେଳରେ ଘର ଦାଣ୍ଡରେ ଖେଳୁଥିବା ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଥାନାରେ ଏନେଇ ଏତଲା ଦେବା ପରେ ପୁଲିସ ତତ୍ପରତା ଦେଖାଇନଥିଲେ ବୋଲି ଅଭିଯୋଗ କରିଥିଲେ ପରିବାର । ଘଟଣାକୁ ନେଇ ଜିଲ୍ଲାପାଳ ଅଫିସ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିଲେ ବି କେହି ଶୁଣିନଥିବା କହିଛନ୍ତି ପିହୁଙ୍କ ମାଆ ।

Leave A Reply

Your email address will not be published.