xmas

ଶେଷ ଆଦିବାସୀର ବିଦାୟ : ପୃଥିବୀରୁ ସବୁଦିନ ପାଇଁ ଲୋପ ପାଇଗଲା ଆମାଜନ ଜଙ୍ଗଲର ଏହି ଆଦିବାସୀ ଜାତି

ରିଓ : ବ୍ରାଜିଲର ଆମାଜନ ଜଙ୍ଗଲରେ ରହୁଥିବା ଏକ ବିରଳ ଆଦିବାସୀ ଜାତିର ଶେଷ ସଦସ୍ୟର ମୃତ୍ୟୁ ହୋଇଛି । ତା ନିଜ କୁଡ଼ିଆରେ ତାର ମୃତଦେହ ମିଳିଛି । ତାହାର ପ୍ରାକୃତିକ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଗତ ପ୍ରାୟ ୨୫ ବର୍ଷ ହେଲା ସେ ଜଙ୍ଗଲରେ ଏକୁଟିଆ ରହୁଥିଲା । ବାହ୍ୟ ଜଗତ ତା ବିଷୟରେ ଥିଲା ସଂପୂର୍ଣ୍ଣ ଅଜ୍ଞ । କାରଣ ସେ ତଥାକଥିତ ସଭ୍ୟ ଜଗତ ସହ ସଂପର୍କ ରଖିବାକୁ ଭଲ ପାଉନଥିଲା ଓ ବାହାର ଲୋକମାନଙ୍କୁ ଦେଖିଲେ ଧନୁତୀର ଧରି ଆକ୍ରମଣ କରୁଥିଲା । ତେବେ ବାହ୍ୟ ଜଗତରେ ତାକୁ ଏକ ନାମ ଦିଆଯାଇଥିଲା । ସେ ସବୁବେଳେ ଏକ ଗାତରେ ରହୁଥିବାରୁ ତା ନାଁ ଥିଲା ଗର୍ତ୍ତ ମଣିଷ ( ମ୍ୟାନ ଅଫ ଦି ହୋଲ୍) ।

ଗର୍ତ୍ତ ମଣିଷର ମୃତ୍ୟୁରେ ବିଶ୍ବର ପରିବେଶପ୍ରେମୀ ଓ ଆଦିବାସୀ ଅଧିକାର ପାଇଁ ଲଢୁଥିବା ସଂଗଠନଗୁଡ଼ିକ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆଧୁନିକ ସଭ୍ୟ ସମାଜ ହିଁ ସେମାନଙ୍କ ବିନାଶର କାରଣ ବୋଲି କେତେକ ସ୍ବେଚ୍ଛାସେବୀ କହିଛନ୍ତି ।

ଆଦିବାସୀ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବ୍ରାଜିଲ ସରକାରଙ୍କ ବିଭାଗ ଫୁନାଇ ପକ୍ଷରୁ ଗତ ୯୦ ଦଶକରୁ ଏହି ବ୍ୟକ୍ତି ଉପରେ ନଜର ରଖାଯାଇଥିଲା । ଶେଷଥର ପାଇଁ ଗତ ୨୦୧୮ରେ ଏହାର ଏକ ଭିଡିଓ ବ୍ରାଜିଲ ସରକାର ଜାରି କରିଥିଲେ ।

କାହିଁକି ସେ ଆଧୁନିକ ମଣିଷଙ୍କଠାରୁ ଦୂରେଇ ରହୁଥିଲା ?

ସେ ଆଧିୁନିକ ତଥାକଥିତ ସଭ୍ୟ ମଣିଷଙ୍କୁ ଘୃଣା କରିବାର ଓ ଦୂରେଇ ରହିବାର କାରଣ ରହିଛି । କାରଣ ତାର ସଂପୂର୍ଣ୍ଣ ଜାତିକୁ ହିଁ ଆଧୁନିକ ମଣିଷ ଗଣହତ୍ୟା କରି ମାରିଦେଇଥିଲା । ଜଙ୍ଗଲ ତସ୍କର ଓ ସ୍ଥାନୀୟ କିଛି ଲୋକଙ୍କ ଆକ୍ରମଣରେ ସେମାନଙ୍କ ସଂପୂର୍ଣ୍ଣ ସଂପ୍ରଦାୟ ମୃତ୍ୟୁବରଣ କରିଥିଲେ । ସେ ନିଜେ ଏସବୁ ଭୟଙ୍କର ପରିସ୍ଥିତିର ସାମନା କରିଥିଲା । ଏଣୁ ଗତ ୨୫ ବର୍ଷ ହେଲା ସେ ସଂପୂର୍ଣ୍ଣ ଏକୁଟିଆ ରହିବା ସହ ଆଧୁନିକ ମଣିଷଙ୍କଠାରୁ ଅଲଗା ରହୁଥିଲା । ଏହା ସତ୍ତ୍ବେ କିଛି ବର୍ଷ ତଳେ କେତେକ ବନ୍ଧୁକଧାରୀ ତାଉପରେ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.