xmas

ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି।

ଚିତ୍ରକୋଣ୍ଡା: ୨୯/୦୮/୨୦୨୨ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବଡପଡା ଠାରେ ମାଲକାନଗିରି ଜିଲାପାଳ ଵିଶାଲ ସିଙ୍ଗଙ୍କ ଅଧକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏସ ପି ନୀତେଶ ୱାଧୱାନି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ,ତହସିଲଦାର ଟି. ପଦ୍ମନାଭ ଦୋରା,ପିଏ ଆଇ ଟି ଡି ଏ ତ୍ରିନାଥ ମାଝୀ,ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ,ଏସଏସସିଓ ପଦ୍ମ ରଞ୍ଜନ ଦାସ,ଡିଡବ୍ଲୁଓ କୃପାସିନ୍ଧୁ ବେହେରା, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ଆରଡବ୍ଲୁଏସଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ରାଉତ, ଏସଡିଓ ମନୋଜ କୁମାର ନାୟକ,ଡିଏସଡବ୍ଲୁଓ, ଡିଏସଏସଓ, ବିଦୂତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ଜିଲା ସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବଡପଡା ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ୩୫ ଗୋଟି ଅଭିଯୋଗ ର ଶୁଣାଣି କରିଥିଲେ ଜିଲାପାଳ ବିଶାଲ ସିଂହ l ଏହା ସହ ଜିଲ୍ଲାପାଳ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ବୁଲି ଦେଖିଥିଲେ। ଚାଲିଥିବା କାମ ସବୁ ଯଥା ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.