xmas

ହୋଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ

ମାଲକାନଗିରି,୨୯/୮: ଶିକ୍ଷାରେ ଉନତି ପାଇଁ ରାଜ୍ୟ ସରକାର ଗାଁରେ ସ୍କୁଲ ସହ ଦୁରଦୁରାନ୍ତରୁ ବା ଅପହଞ୍ଚ ଗାଁରୁ ଆସି ସ୍କୁଲ ରେ ପାଠ ପଢିବା ପାଇଁ ପିଲାଙ୍କ ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରି ଶିକ୍ଷାର ବିକାଶ କଥା ଚିନ୍ତା କରୁଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲାରେ ହଷ୍ଟେଲ ସ୍କୁଲରେ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ କିପରି ଏଠାରେ ରହୁଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ସହ ମୃତ୍ୟୁବରଣ କରୁଛନ୍ତି ତାହାର ନଜିର ରହିଛି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ହୋଷ୍ଟଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଛାତ୍ର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞ୍ଚାୟତ ସ୍କୁଲ ହୋଷ୍ଟେରେ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ବାପା ମା ଛେଉଣ୍ଡ କୋମଳ ମାତି ଶିଶୁର ଜୀବନ ଚାଲି ଯାଇଥିବା ବେଳେ ଆଜି ପୁଣି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ମାଲକାନଗିରି ଜିଲ୍ଲା ତୁମସାପାଲି ପଞ୍ଚାୟତ ଅନ୍ତର୍ଗତ ଚିଡିପାଲି ଗାଁ ର ପ୍ରଦୀପ ମୁଚାକି କାଲଦାପାଲି ପଞ୍ଚାୟତ ଅନ୍ତର୍ଗତ କହଲାଗଣ୍ଡା ସ୍କୁଲରେ ଅଧ୍ୟାୟନ କରୁଥିଲେ। ତେବେ ଗତ ୨୩ ତାରିଖ ଦିନ ତା ଦେହ ଖରାପ ହେବା ଯୋଗୁଁ ତାକୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ତେବେ ଏହା ପରେ ୨୭ ତାରିଖ ଦିନ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ତା ନିଜ ଘର ଚିଡିପାଲିରେ ହୋଷ୍ଟେଲ କର୍ତ୍ତୃପକ୍ଷ ଆଣି ଛାଡି ଦେଇଥିଲେ। ଏହାପରେ ପରିବାର ଲୋକେ ପ୍ରଦୀପ କୁ ୨୮ ତାରିଖ ଦିନ ମାଲକାନଗିରି ମେଡିକାଲ ଆଣି ଚିକିତ୍ସା କରାଇବା ସମୟରେ ଚିକିସ୍ୟାଳୟରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତେବେ ଦୀର୍ଘ ଦିନ ଧରି ହଷ୍ଟେଲରେ ତାର ଚିକିତ୍ସା କରାନଯିବା କାରଣରୁ ତାର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପ୍ରଦୀପଙ୍କ ପରିବାର ଲୋକେ।ଅନ୍ୟଦିଗରେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ହଷ୍ଟେଲରେ ତା ଦେହ ଅସୁସ୍ଥ ଥିବା ସମୟରେ ତାକୁ ଚିକିତ୍ସା କରାଯାଇଥିଲା ଓ ସେ ସୁସ୍ଥ ଥିଲା କିନ୍ତୁ ୨୭ ତାରିଖ ଦିନ ଦେହ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କ ଘରେ ଛାଡିବା କଥା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ। ତେବେ ବାରମ୍ବାର ଏଭଳି ହୋଷ୍ଟେଲ ଗୁଡିକରେ ପିଲାମାନଙ୍କର ଚିକିତ୍ସା କରାନଯାଇ ରଖାଯିବା ଏବଂ ପରେ ଗୁରୁତର ହେଲେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ନିଜେ ଚୁପ ବସିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଅକାଳରେ ଜୀବନ ଚାଲିଯାଉଥିବା କୁହାଯାଇଛି।ତେଣୁ ବିଭାଗୀୟ ଅଧିକାରୀମାନେ ଏନେଇ ତଦନ୍ତ କରିବା ସହ ଅବହେଳା ପ୍ରଦର୍ଶନ କରୁଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

Leave A Reply

Your email address will not be published.