ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ

ଫୁଲବାଣୀ:-୩୦/୦୮ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ସ୍ମୃତି ଲେଖା ବାରିକ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ବାଦଲ ଦିଗାଲ ନାମରେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ପରିଚାଳନା କରୁଥିଲେ । ଘଟଣା ଅନୁସାରେ ଅଭିଯୁକ୍ତ ବାଦଲ ଦିଗାଲ ପିଡିତାଙ୍କ ପଡ଼ୋଶୀ ଭାବେ ଭଡା ନେଇ ରହୁଥିଲେ।ରହିବାର କିଛିଦିନ ଗଲା ପରେ ପିଡିତାଙ୍କ ଘରେ ବିଶ୍ୱାସ ଜନ୍ମାଇ ପିଡିତାଙ୍କ ସହ ପାପ ସମ୍ପର୍କ ରଖିବା ସହିତ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା। ଅଭିଯୁକ୍ତର ମାର୍ଚ୍ଚ ୨୯ରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସରିଯିବା ପରେ ସେଦିନ ପିଡିତା ସହିତ ଝଗଡ଼ା କରି ପଳେଇଥିଲା। ଚାରି ପାଞ୍ଚ ମାସ ପରେ ପିଡିତା ଯୋଗାଯୋଗ କରିବାରୁ ପିଡିତାଙ୍କୁ ଜାଣିନି ବୋଲି କହିଥିଲେ ଏବଂ ମାରିବାକୁ ଧମକ ଦେଇଥିଲେ ବୋଲି ଫୁଲବାଣୀ ସଦର ଥାନାରେ ପିଡିତା ନିଜେ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୧୦୦/୨୦୧୬ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.