ସପ୍ତାହରେ ତିନି ଦିନ ବସିବ ସାମ୍ୱିଧାନିକ ଖଣ୍ଡପୀଠ, ପ୍ରାୟ ୭.୫ ଘଣ୍ଟା ଶୁଣାଣି ଏବଂ ଗୋଟିଏ ମାମଲା ଶେଷ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଉଦୟ ଲଲିତ ମଙ୍ଗଳବାର ସୁପ୍ରିମକୋର୍ଟରେ ସମ୍ୱିଧାନ ଖଣ୍ଡପୀଠର କାମ ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି । ସିଜେଆଇ କହିଛନ୍ତି, ପ୍ରତ୍ୟେକ ଖଣ୍ଡପୀଠ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ସାମ୍ୱିଧାନିକ ବୈଦ୍ଧତା ସହ ଜଡିତ ମାମଲାର ଶୁଣାଣି କରିବେ।

ପ୍ରଧାନ ବିଚାରପତି ଶୁଣାଣିର ରୂପରେଖ ଧାର୍ଯ୍ୟ କରି କହିଛନ୍ତି, ‘ସମ୍ୱିଧାନ ପୀଠ ସପ୍ତାହରେ ତିନି ଦିନ ବସିବ । ଆମେ ସପ୍ତାହରେ ପ୍ରାୟ ୭.୫ ଘଣ୍ଟା ଶୁଣାଣି କରିବୁ ଏବଂ ଆମର ଲକ୍ଷ୍ୟ ପ୍ରତ୍ୟେକ ସପ୍ତାହରେ ଗୋଟିଏ କେସ ପୂରା କରିବେ ‘। ପାଞ୍ଚ ଜଜଙ୍କ ସାମ୍ୱିଧାନ ଖଣ୍ଡପୀଠର କାମ ବିଷୟରେ ଉଲ୍ଲେଖ କରି ସିଜେଇ ୟୁୟୁ ଲଲିତ କହିଛନ୍ତି, ‘ଆମେ ଚାହୁଁଛୁ ଅକ୍ଟୋବର ଆରମ୍ଭ ସୁଦ୍ଧା ଆମ ଆଗରେ ଚାରୋଟି ମାମଲାର ଯୁକ୍ତି ଶେଷ ହୋଇଯାଉ ‘।

ମଙ୍ଗଳବାର ସକାଳେ ଯେତେବେଳେ ଖଣ୍ଡପୀଠର ବୈଠକ ବସିଥିଲା ସେତେବେଳେ ସିଜେଇ କହିଥିଲେ, ‘ଆଜିର ଲିଷ୍ଟିଂର ବିଚାର ଏହାର ଆକଳନ କରୁଛି ଯେ, ମାମଲାର ଶୁଣାଣିରେ କେତେ ସମୟ ଲାଗିବ’। ସିଜେଇ କହିଛନ୍ତି, ‘ସବୁ ଆଇନଜୀବୀ ନିଜର ଯୁକ୍ତିକୁ ଅତି ବେଶିରେ ତିନି ପୃଷ୍ଠାର ଲିଖିତ ନୋଟରେ ଦାଖଲ କରିବେ’।

ଉଲ୍ଲେଖଯୋଗ୍ୟ ଯେ, ସର୍ବୋଚ୍ଚ କୋର୍ଟର ବରିଷ୍ଠ ନ୍ୟାୟମୂର୍ତ୍ତି ଉଦୟ ଉମେଶ ଲଲିତ ଅଗଷ୍ଟ ୨୭ରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ । ନୂଆ ସିଜେଆଇଙ୍କ କାର୍ଯ୍ୟକାଳ ୭୪ ଦିନର ହେବ।

Leave A Reply

Your email address will not be published.