xmas

ଆଇ ଟି ଡି ଏ ପକ୍ଷରୁ ସବଜି କୁଲର ପ୍ରଦାନ

ଫୁଲବାଣୀ -୩୦/୦୮ ଆଇ ଟି ଡି ଏ ଫୁଲବାଣୀ ତରଫରୁ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିପଡା ପଞ୍ଚାୟତର ସୁଜିପଡା ଗ୍ରାମର ଚାଷୀ ପ୍ରଶାନ୍ତ ପ୍ରଧାନଙ୍କୁ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ସବଜି କୁଲର ବଣ୍ଟନ କରିଥିଲେ। ତିନି ଗୋଟି ବ୍ଲକର ଦଶ ଜଣ ଚଷୀଙ୍କୁ ସବଜି କୁଲର ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆଇ ଟି ଡି ଏର ନୂତନ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଶବର ଚାଷୀ ମାନଂକୁ ସବଜି କୁଲର ଆବଶ୍ୟକତା ଉପରେ ବୁଝାଇ ଥିଲେ। ଅନ୍ୟ ଅତିଥି ଭାବେ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ମିହୀର ସାମନ୍ତରୟ. ଖଜୁରୀପଡା ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ମୋନାଲିଶା ପ୍ରଧାନ ଯୋଗ ଦେଇ ଥିଲେ।କର୍ଯ୍ୟକ୍ରମକୁ ଆଇ ଟି ଡି ଏ ର ପ୍ରକଳ୍ପ ପରିଚାଳକ ପି ମୁରଲୀ ମୋହନ, ଜୀବିକା ବେଶେଷଜ୍ଞ ବୈଦ୍ୟନାଥ ଖଟୁଆ ଓ ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି ପରିଚାଳନା କରିଥିଲେ।

Leave A Reply

Your email address will not be published.