xmas

ଡାହାଣୀ ସନ୍ଦେହରେ ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଖୁଣ୍ଟା – ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ କରିଛି । ଯାହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ ମଧ୍ୟ କରାଯାଇଛି । ଦେଶ ସ୍ଵାଧିନତା ପ୍ରାପ୍ତିର ୭୫ ବର୍ଷ ପୂର୍ଣ୍ଣ କରିଥିଲେ ମଧ୍ୟ ଏବେ ବି ଜନସାଧାରଣଙ୍କ ମଧ୍ୟରେ ଅନ୍ଧବିଶ୍ଵାସ ରହିଛି । ଯାହାର ବସବର୍ତ୍ତୀ ହୋଇ ବିଭିନ୍ନ ସମୟରେ ଅପରାଧି କକାର୍ଯ୍ୟ ମଧ୍ୟ ଘଟୁଛି । ଏଭଳି ଘଟଣାକ୍ରମେ ଡାହାଣୀ ସନ୍ଧେହ କରି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଗୁରୁତର ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ଭୂପଡ଼ ଗ୍ରାମରେ । ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ଅଭିଯୋଗରୁ ପ୍ରକାଶ ଯେ , ଉକ୍ତ ଥାନା ଅଧିନ ତଥା ଶିମିଳିପାଳ ପାଦଦେଶରେ ଅବସ୍ଥିତ ଭୂପଡ ଗ୍ରାମରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ସେହି ଗ୍ରାମର ସମନାଥ ହେମ୍ବ୍ରମ (୪୫) ଗତ ୧୮ ତାରିଖ ଦିନ ଧନୁ ତୀର ଧରି ଜୀବନରୁ ମାରିଦେବାକୁ ଉଦ୍ୟମ କରି ଗ୍ରାମରେ ଦୈଡାଇଥିଲେ । ତେବେ ମହିଳା ଜଣକ ସୌଭାଗ୍ୟ କ୍ରମେ ନିଶ୍ଚିତ ଏକ ବିପଦରୁ ବର୍ତ୍ତୀଯାଇ ଥିଲେ । ତେବେ ଏଭଳି ଏକ ସମ୍ବଧୋନଶୀଳ ଘଟଣାକୁ ନେଇ ଗ୍ରାମବାସୀମାନଙ୍କ ପକ୍ଷରୁ ଏହାର ସମାଧାନ ନିମନ୍ତେ ପ୍ରୟାସ କରାଯାଇଥିଲେ ହେଁ କୌଣସି ଫଳପ୍ରଦ ହୋଇପାରି ନଥିଲା । ପରବର୍ତ୍ତି ସମୟରେ ସଂପୃକ୍ତ ମହିଳାଙ୍କ ପୁଅ ଅନନ୍ତ ମାଝୀ ଘଟଣା ସଂମ୍ପର୍କରେ ଖୁଣ୍ଟା ଥାନାରେ ଏ ସଂମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ସ୍ଥାନୀୟ ଥାନାରେ କେସ ନମ୍ବର ୨୩୬/୨୨ ରେ ଏକ ମାମଲା ରୁଜୁ କରାଯାଇଛି । ଏବଂ ଏହି ଘଟଣା ଭିଜାଇଥିବା ଅଭିଯୁକ୍ତ ସମନାଥ ହେମ୍ବ୍ରମକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.