କିଛି ବୁଝୁନାହାଁନ୍ତି କି, କିଛି ଜାଣୁନାହାଁନ୍ତି ନବୀନ: ବିଜେପି କରି ଆସୁଥିବା ଦାବୀ ଆଜି ସତ୍ୟ ସିଦ୍ଧ କରିଛି ଖୋଦ୍ ଶାସକ ବିଜେଡି: ହରପ୍ରିୟା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ତଥା କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାରେ କାର୍ଯ୍ୟରତ ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା (ରିଙ୍କି) ଆତ୍ମହତ୍ୟା କଲେ। ସରକାରୀ କ୍ୱାଟରରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହେଲା। ଜି. ଉଦୟଗିରି ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସ୍ବାଗତିକାଙ୍କ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ତଥା ସ୍ବାଗତିକାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ନିରାକାରପୁର ଠାରେ ପରିବାର ଲୋକ ଏବଂ କିଛି ସ୍ଥାନୀୟ ଗ୍ରାମବାସୀ ଶବକୁ ରଖି ଧାରଣାରେ ବସିଲେ। ତେବେ, ଏହି ଧାରଣା ଶାସକ ବିଜୁ ଜନତା ଦଳ ପ୍ରଯୋଜନାରେ କରାଯାଇଥିଲା ବୋଲି କହିଛନ୍ତି ବିଜେପି ନେତ୍ରୀ ହରପ୍ରିୟା ସାହୁ। ଧାରଣାରେ ବସିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲାର ସଂପୃକ୍ତ ଜୋନ୍ (ବିଜେଡି) ଜିଲ୍ଲା ପରିଷଦ ସଭ୍ୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ଏବଂ ଯୁବ ବିଜେଡି ନେତା ଉପସ୍ଥିତ ଥିଲେ। ସାମ୍ୱାଦିକ ସମ୍ମିଳନୀରେ ଏହି ଧାରଣା ସରକାର ବିରୋଧୀ ନୁହଁ, ବୋଲି କୁହାଯାଇଥିଲେ ମଧ୍ୟ ନବୀନ ସରକାରଙ୍କ ପାଖରେ ବୋଧହୁଏ ଆମ ଦୁଃଖ ପହଞ୍ଚିପାରି ନାହିଁ ବୋଲି କୁହାଯାଇ ଏହି ଧାରଣା ଦିଆଯାଇଥିଲା। ଅର୍ଥାତ୍, ନବୀନ ସରକାର ପାଖରେ ଦୁଃଖ ପହଞ୍ଚାଇବାକୁ ଶାସକ ବିଜୁ ଜନତା ଦଳକୁ ଧାରଣା ଦେବାକୁ ପଡ଼ିଲା ବୋଲି କଟାକ୍ଷ କରି କହିଛନ୍ତି ହରପ୍ରିୟା।

ଏମିତିରେ ତ’ ଏଠି ପ୍ରଶ୍ନ ଉଠୁଛି, ନବୀନଙ୍କ ଶାସନରେ ଯେଉଁଠି ଜଣେ ମହିଳା ପୋଲିସ୍ ଅଧିକାରୀ ସୁରକ୍ଷିତ ନୁହଁନ୍ତି, ଜଣେ ସାଧାରଣ ମହିଳା ନିଜକୁ ସୁରକ୍ଷିତ ମଣିବ କେମିତି? ରାଜ୍ୟର ମୁଖିଆ, ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଛି ବୁଝୁନାହାଁନ୍ତି, କି କିଛି ଜାଣୁନାହାଁନ୍ତି। ମା’କୁ ସମ୍ମାନ ନାରା ଦେଉଥିବା ନବୀନ ସରକାରଙ୍କ ଶାସନରେ ମହିଳା ଅସୁରକ୍ଷିତ। ଏହି ପ୍ରସଙ୍ଗ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମେ ବାରମ୍ବାର କହି ଆସୁଥିଲୁ। ଏବେ ନବୀନ ସରକାରଙ୍କ ପାଖରେ ଦୁଃଖ ପହଞ୍ଚାଇବା ପାଇଁ ଧାରଣା ଦେଇ, ଭାରତୀୟ ଜନତା ପାର୍ଟି କରି ଆସୁଥିବା ଅଭିଯୋଗ ଆଜି ସତ୍ୟ ସିଦ୍ଧ କରିଛି ଖୋଦ୍ ଶାସକ ବିଜୁ ଜନତା ଦଳ ବୋଲି ହରପ୍ରିୟା ସାହୁ କହିଛନ୍ତି

Leave A Reply

Your email address will not be published.