ବ୍ଲକସ୍ତରୀୟ କର୍ମଶାଳା

ଚିତ୍ରକୋଣ୍ଡା: ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଭାଗୃହଠାରେ ପରିବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଗ୍ଲୋବାଲ ଗ୍ରୀନ ଗ୍ରାଣ୍ଟ ସହାୟତାରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କ ଅଧକ୍ଷତାରେ ତାଲିମ ଦାତା ବିଜୟ କୁମାର ତପଙ୍କ ତାଲିମ ପରିଚାଳନାରେ ଏବଂ ପ୍ରକଳ୍ପର କର୍ମି ଲକ୍ଷ୍ମୀ ନାୟକ, ମିନା ମାଡକାମୀ ବିମଳା ଖିଲ ଓ ନନ୍ଦ ବାହାଦୁର କ୍ଷେତ୍ରିଙ୍କ ସହଯୋଗରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବନ ବିଭାଗ କର୍ମଚାରୀ, ରାଜସ୍ବ ବିଭାଗ କର୍ମଚାରୀ ଏବଂ ଚିତ୍ରକୋଣ୍ଡା ବ୍ଲକ ଅନ୍ତଭୂକ୍ତ ଗାଁ ମୁଖିଆ ମାନଙ୍କୁ ନେଇ ଗୋଷ୍ଠୀବତ ଜମି ପରିଚାଳନା ସମ୍ପର୍କରେ ଏକ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବା ସହ ଜଙ୍ଗଲ ଜମିର ସାମାଜିକ ସୁରକ୍ଷା ଏବଂ ଗୋଷ୍ଠୀ ଜଙ୍ଗଲ ଜମି ପରିଚାଳନା ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ଜମିର ପ୍ରକାର ଭେଦ, ପ୍ରକୁତ ଜଙ୍ଗଲ ଜମି ଚିହ୍ନଟ କରଣ ପାଇବା ପାଇଁ ହକଦାର ରାଜସ୍ବ ବିଭାଗ ଦ୍ୱାରା ଥିବା ବିଭନ୍ନ ଜମି ରୟତ, ଗୋଚର, ଗୋଷ୍ଠୀ ଜଙ୍ଗଲେ ଜମିର ସୁ ପରିଚାଳନା, ସଠିକ ବିନିଯୋଗ ନିମନ୍ତେ ଆଲୋଚନା କରାଯାଇଥିଲା । ସେଇଭଳି ଆଜି ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ପ୍ରତିନିଧି, ଗ୍ରାମ ରୋଜଗାର ସେବକ, ଗ୍ରାମ ମୁଖିଆମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କଙ୍କ ଅଧକ୍ଷତାରେ ଏବଂ ଚିତ୍ରକୋଣ୍ଡା ଏପିଓ ଉଚ୍ଚଵ ଗିରୀଙ୍କ ସହଯୋଗରେ ଏମଜିଏନଆରଇଜିଏସ ଯୋଜନା ଦ୍ୱାରା ଥିବା ୨୫୮ କାମ ସମ୍ପର୍କରେ ଆଲୋଚନା ହେବା ସହ ଅତି ଗରିବରୁ ଗରିବ ଶ୍ରେଣୀ ବ୍ୟକ୍ତିଙ୍କୁ କିଭଳି ରୋଜଗାର ଯୋଗାଇ ଦେବା, ମାଈଗ୍ରେସନକୁ ରୋକିବା କାମ ଏବଂ ଅର୍ଥ ରୋଜଗାର କୁ ସୁନିଶିତ କରିବା ଉପରେ ଆଲୋଚନା କରାଯାଇ କେଉଁ ଜମି କିମ୍ବା ସ୍ଥାନରେ କଣ ହୋଇପାରିବ ଚିହ୍ନଟି କରଣ ଏବଂ କିମ୍ବା ସ୍ଥାନରେ ନିରୂପଣ ନିମନ୍ତେ ଏକ କ୍ଳାଟ ମାଧ୍ୟମରେ କିଭଳି ତଥ୍ୟ ସଂଗ୍ରହ କରିହେବ ତାହାକୁ ପାୱାର ପଏଣ୍ଟ ଜରିଆରେ ସ୍ପଷ୍ଟ ଭାବରେ ବୁଝାଇଥିଲେ । ଏକ ଉକ୍ତ କାର୍ଯ୍ୟକ୍ରମ କୁ ପୋରୋବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଶୁକ୍ଳା ପରିଚାଳନା କରିଥିଲେ ।

Leave A Reply

Your email address will not be published.