ଜାତିସଂଘରେ ଭାରତକୁ ମିଳିଲା ଫ୍ରାନ୍ସର ସହଯୋଗ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ୩୦ ଅଗଷ୍ଟରେ ପ୍ୟାରିସ୍ ରେ ଜାତିସଂଘର ସୁରକ୍ଷା ପରିଷଦ(ୟୁଏନ୍ଏସ୍ସି) ଓ ଅନ୍ୟ ବହୁପାକ୍ଷୀୟ ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିଛି। ଭାରତ-ଫ୍ରାନ୍ସ ରଣନୈତିକ ବୁଝାମଣାକୁ ଧ୍ୟାନରେ ରଖି ଦୁଇ ପକ୍ଷ ୟୁଏନ୍ଏସ୍ସିର ଏଜେଣ୍ଡାରେ ବିଭିନ୍ନ ମହତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର କରାଯାଉଛି। ଭାରତୀୟ ପ୍ରତିନିଧି ମଣ୍ଡଳୀଙ୍କ ନେତୃତ୍ବ ୟୁଏନ୍ରେ ରାଜନୈତିକ ମାମଲାର ଜଏଣ୍ଟ ସେକ୍ରେଟରୀ ପ୍ରକାଶ ଗୁପ୍ତା କରିଛନ୍ତି। ଏହି ଦଳରେ ପ୍ୟାରିସ୍ରେ ଭାରତୀୟ ଦୂତାବାସର ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ସେଭଳି ଫ୍ରାନ୍ସ ପକ୍ଷରୁ ଡେଲିଗେସନ୍ ମୁଖ୍ୟ ଫୋବିୟନ ପିନୋନେ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଅଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରେସ୍ ରିଲିଜ୍ ଜାରି କରି ଏହାର ସୂଚନା ଦେଇଛନ୍ତି। ଦୁଇ ଦେଶର ପ୍ରତିନିଧିଙ୍କ ଭିତରେ ହୋଇଥିବା ଏହି ବୈଠକରେ ଭାରତ-ଫ୍ରାନ୍ସ ସାମରିକ ବୁଝାମଣା ଉପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ଦେଶ ଭିତରେ ଜାରି ସମ୍ପର୍କକୁ ବିଭିନ୍ନ ମଞ୍ଚରେ ମଜବୁତରେ ଜାରି ରଖିବା ଉପରେ ସହମତି ହୋଇଥିଲା। ଏଥିରେ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ସାମିଲ ରହିଛି।

Leave A Reply

Your email address will not be published.